Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ପାଇଁ ମୁଁ ଆଶାୟୀ ଅଛି – ସୁଜାତା

ଭଣ୍ଡାରିପୋଖରୀ ପାଇଁ ମୁଁ ଆଶାୟୀ ଅଛି – ସୁଜାତା

59

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଁ ଦଳର ଜଣେ ସିପାହୀ । ଦଳର ମୁଖ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ମହିଳା ବିଜୁ ଜନତା ଦଳର ସମ୍ପାଦିକା ଭାବେ ଦାୟିତ୍ୱ ଦେଇଛନ୍ତି । ଆଜି ଯାଏ ମୁଁ ମୋ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିଚାଲିଛି । ଆଗକୁ ଯେଉଁ ଦାୟିତ୍ୱ ମିଳିବ ତାହାକୁ ମଧ୍ୟ ନିଷ୍ଠାର ସହିତ କରିବି । କରୋନା ସମୟରେ ୬୬ ଦିନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପାଖାପାଖି ୨ଲକ୍ଷ ଲୋକଙ୍କ ସଂସ୍ପର୍ଶରେ ଆସିଛି । ଯାହା ଏକ ରେକର୍ଡ ସଦୃଶ । କୌଣସି ନେତା ଏତେ ସଂଖ୍ୟକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ଜଣା ପଡୁନାହିଁ । ମୁଁ ଲୋକଙ୍କ ପାଇଁ କାମ କରୁଛି । ଆଶ ମଧ୍ୟ କରିଛି ଆଗାମୀ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ଟିକେଟ ପାଇ ନିର୍ବାଚନ ଲଢିବି ବୋଲି କହିଛନ୍ତି ମହିଳା ବିଜୁ ଜନତା ଦଳ ରାଜ୍ୟ ସମ୍ପାଦିକା ସୁଜାତା ଜେନା । ଆଜି ହୋଟେଲ ବ୍ଲୁ ଭାଇନ ଠାରେ ଅନୁଷ୍ଠିତ ଏକ ବନ୍ଧୁ ମିଳନ ଉତ୍ସବରେ ଶ୍ରୀମତୀ ଜେନା ଏହା କହିବା ସହିତ ଗତ ନିର୍ବାଚନରେ ସେ କଂଗ୍ରେସ ଦଳ ଛାଡିବାର କ୍ଷୋଭ ମଧ୍ୟ ପ୍ରକଶ କରିଥିଲେ । ଦଳ ପାଇଁ, ଲୋକଙ୍କ ପାଇଁ ଦିନରାତି ସମୟ ଦେଇ, ପରିଶ୍ରମ କରି ତାଙ୍କୁ ଯେତେବେଳେ କଂଗ୍ରେସ ଦଳ ଟିକେଟ ଦେଲା ନାହିଁ, ସେତେେବେଳ ସେ ବାଧ୍ୟ ହୋଇ କଂଗ୍ରେସ ଛାଡି ବିଜେଡିରେ ମିଶିଲେ । ତେବେ ଆଗାମୀ ନିର୍ବାଚନରେ ବିଜେଡି ଯଦି ତାଙ୍କୁ ଟିକେଟ ନ ଦିଏ ସେ ଦଳ ଛାଡିବେ କି ପ୍ରଶ୍ନର ଉତ୍ତରରେ ଆଗକୁ କଣ ହେବ ସମୟ କହିବ କହି ପ୍ରଶ୍ନକୁ ଏଡାଇ ଯାଇଥିଲେ ଶ୍ରୀମତୀ ଜେନା । ଶ୍ରୀମତୀ ଜେନା ପୂର୍ବରୁ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ସାରିଛନ୍ତି । ଏବେ ସେ ଭଣ୍ଡାରିପୋଖରୀ, ଯାଜପୁର, ଭୁବନେଶ୍ୱର ଆଦି ଅଞ୍ଚଳରେ ନିଜର ସାଂଗଠନିକ ସ୍ଥିତି ସୁଦୃଢ କରି ଚାଲିଛନ୍ତି । ଦଳ ଯେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେବ ସେ ସେହି ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ସୁଜାତା । ନୂଆବର୍ଷରେ ସମସ୍ତ ଗଣମାଧ୍ୟମ ପ୍ରତିନିନଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଣ୍ଡାରିପୋଖରୀ ଅଞ୍ଚଳବାସୀଙ୍କ ଶୁଭକାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.