Home କୋରାପୁଟ ମାହାଙ୍ଗା ଡବଲ ହତ୍ୟା ଘଟଣା: ବିଜେପି ନେତା ଟାଉନଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ କୁଶ...

ମାହାଙ୍ଗା ଡବଲ ହତ୍ୟା ଘଟଣା: ବିଜେପି ନେତା ଟାଉନଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କଲେ

24

କୋରାପୁଟ ୦୬-୦୧ (ଓଡିଆ ପୁଅ /ରଂଜନ ଦାସ)ମାହାଙ୍ଗାରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାରେ କୋରାପୁଟ ନଗର ବିଜେପି ତରଫରୁ ଟାଉନଥାନା ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଲିକା ଦାହ କରିଥିଲେ।କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ।ମନ୍ତ୍ରୀ ଶ୍ରୀ ଜେନାଙ୍କୁ ତୁରନ୍ତ ଗିରଫ କରାଯିବା ସହ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଥିଲେ।କୋରାପୁଟ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମିଶ୍ର, ବିଧାୟକ ପ୍ରାର୍ଥି ତ୍ରୀପୁରାରୀ ଗରଡା, ଅଶ୍ୱିନୀ ପଟନାୟକ, ନୃପେନ୍ଦ୍ର ନାରାୟଣ ବାଘ, ଭାଗିରଥି ପାଟନିଆ, ଅମରେନ୍ଦ୍ର ସେଠୀଙ୍କ ସହ ଅନ୍ୟାନ୍ୟ ବିଜେପି ନେତା ଓ କର୍ମି ବିକ୍ଷୋଭ ପ୍ରଦର୍ଶନ ବେଳେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.