Home ଜିଲ୍ଲା ପରିକ୍ରମା ‘ପରିଚୟ ସଂକଟ ଭିତରେ ବଞ୍ଚୁଥିବା ଚରିତ୍ରର ଅସହାୟତା ବଡ଼ ମର୍ମନ୍ତୁଦ’ , ଗାଳ୍ପିକ ମଦନମୋହନ ମହାକୁଡ଼ଙ୍କ...

‘ପରିଚୟ ସଂକଟ ଭିତରେ ବଞ୍ଚୁଥିବା ଚରିତ୍ରର ଅସହାୟତା ବଡ଼ ମର୍ମନ୍ତୁଦ’ , ଗାଳ୍ପିକ ମଦନମୋହନ ମହାକୁଡ଼ଙ୍କ ଗଳ୍ପପୁସ୍ତକ ‘ଅନାମ ସର୍ବନାମ’ ଲୋକାର୍ପିତ

75

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆମ ସମାଜରେ ଏମିତି ଚରିତ୍ରମାନେ ଅଛନ୍ତି, ଯେଉଁମାନଙ୍କ ନାମ ହିଁ ଅନାମ । ନିଜ ଭିତରେ ସେମାନଙ୍କର କୌଣସି ମା’ କି ଗାଁର ଉପଲବ୍ôଧ ନଥାଏ । ସାଙ୍ଗସାଥୀଙ୍କ ସହ ଖେଳକୁଦରେ ମାତିଲେ ବି ଜିତାପଟ ହୁଏନା । ତୁଚ୍ଛାରେ ଦୋଷ ଲଦି ଦିଆଯାଏ ସେମାନଙ୍କ ଉପରେ । ହାରିଯିବାଟା ଯେମିତି ନିୟତି । ଟ୍ୟୁସନ୍ ହେଲେବି ଟ୍ୟୁସନ ପିଲାଙ୍କ ଭିତରେ ଗଣତି ହୁଏନା । ଅନାମକୁ କେହି ହୁଏତ ଶ୍ରଦ୍ଧା କରିଥିଲେ ସେ ସମ୍ମାନ କରିବା ଶିଖିଥାନ୍ତା । ମୂଳରୁ ଯିଏ ଅନାମ, ତା’ର ପୁଣି ସୁନାମ ଆସିବ କୁଆଡୁ? ସମାଜରେ କୁଟିଳ ମାନସିକତା ଓ ପୀଡ଼ାଦାୟକ ଆନନ୍ଦ ଅନାମକୁ ସର୍ବନାମରେ ରୂପାନ୍ତରିତ କରିଥାଏ ବୋଲି ଗାଳ୍ପିକ ମଦନମୋହନ ମହାକୁଡ଼ଙ୍କ ‘ଅନାମ ସର୍ବନାମ’ ଗଳ୍ପଗ୍ରନ୍ଥର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଫେସର ରାଜକିଶୋର ସାହୁଙ୍କ ପୌରୋହିତ୍ୟରେ ୨୯ ତାରିଖ ଅପରାହ୍ଣରେ ତ୍ୟାଗଭୂମି ମଞ୍ଚ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ‘ବେଦପୀୟୂଷ’ର ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଏହି ଗଳ୍ପପୁସ୍ତକର ଲୋକାର୍ପଣ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ ଦାସ ଯୋଗଦେଇ ସମାଜରେ ଜନପ୍ରିୟ ହେବାର କ୍ଷେତ୍ରରୁ ଅନେକ ମହନୀୟ ଚରିତ୍ର ବାଦ୍ ପଡ଼ିଥାଆନ୍ତି ଓ ନାମ, ସୁନାମ, ଯଶକୀର୍ତ୍ତି ଇତ୍ୟାଦି ଉପାଧି ମଝିନଈରେ ଭାସିୁଥିବା ଲୋକଙ୍କ ଭାଗ୍ୟରେ ଜୁଟିନଥାଏ ବୋଲି ମତବ୍ୟକ୍ତ କରିଥିଲେ । ଗାଳ୍ପିକ ଶ୍ରୀ ମହାକୁଡ଼ ଲେଖକୀୟ ଅଭିମତରେ ଜୀବନକୁ ଯେପରି ଭାବେ ବୁଝିଛନ୍ତି ଓ ଚରିତ୍ରମାନଙ୍କ ସହ ସେ ଯେପରି ଅନ୍ତରଙ୍ଗ ଆଳାପ କରିଛନ୍ତି, ତାହାକୁ ନେଇ ତାଙ୍କର କାହାଣୀକଳା ନିର୍ମାଣ କରିଛନ୍ତି ବୋଲି କହିଥିଲେ । ତ୍ୟାଗଭୂମି ସଭାପତି ଅଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ଓ ଅଧୀବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.