Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ଆବାସ ଘରେ ବିଜୁପକ୍କାଘର ଷ୍ଟିକର ଲଗାଇଦେଲେନାହିଁ ଗ୍ରାମବାସୀ , ଫେରିଲେ ସରକାରୀ ଅଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଘରେ ବିଜୁପକ୍କାଘର ଷ୍ଟିକର ଲଗାଇଦେଲେନାହିଁ ଗ୍ରାମବାସୀ , ଫେରିଲେ ସରକାରୀ ଅଧିକାରୀ

48

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ହେଲେ ବିଜୁ ପକ୍କାଘର ଲେଖାଥିବା ଷ୍ଟିକର ସେହି ଘରଗୁଡିକରେ ମରାଯାଉଛି । ଏହାକୁ ବିରୋଧ କରି ଷ୍ଟିକର ଗୁଡିକୁ କାଢି ଗ୍ରାମବାସୀମାନେ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ହାତରେ ଧରାଇଦେଇ ଗାଁରୁ ବିଦା କରିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଓଳଗ ପଂଚାୟତରେ । ଗତକାଲି ଓଳଗ ପଂଚାୟତର ଜିଆରଏସ୍ ସତ୍ୟରଂଜନ ପତି କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ପାଇଥିବା ଘରଗୁଡିକରେ ବିଜୁ ପକ୍କାଘର ଲେଖାଥିବା ଷ୍ଟିକର ମାରୁଥିଲେ । ହେଲେ ଓଳଗ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ଲୋକଙ୍କ ଘରେ ବିଜୁ ପକ୍କାଘର ଲେଖାଥିବା ଷ୍ଟିକର ଲଗାଯିବାରୁ ଏହାକୁ ସ୍ଥାନୀୟ ଲୋକେ ଘୋର ବିରୋଧ କରିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ କାହିଁକି ବିଜୁ ପକ୍କାଘର ଷ୍ଟିକର ଲାଗୁଛି, ଏବଂ ବିଜୁପକ୍କାଘର ଯୋଜନାର ଲେଖାଗୁଡିକ ବଡ ବଡ ଅକ୍ଷର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ଥାନରେ ‘ପ୍ର., ଆ. ଯୋ’ (ଗ୍ରାମୀଣ) ଛୋଟ ଛୋଟ ଅକ୍ଷରରେ ଲେଖାଯିବା ନେଇ ତାହାର ଜବାବ ମାଗିଥିଲେ । ଏଥିସହ ଷ୍ଟିକର ଲଗାଇଥିବା ସ୍ଥାନକୁ ଯାଇଥିବା ଅଧିକାରୀଙ୍କୁ ନେଇ ସେଗୁଡିକ ଚିରି ବାହାର କରି ତାଙ୍କ ହାତରେ ଧରାଇ ସେଠାରୁ ବାହାରକୁ ବିଦା କରିଦେଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ସଂପୃକ୍ତ ଜିଆରଏସ୍ ଜଣକ ଯାହା ବିଡିଓ ଯେଉଁ ସରକାରୀ କାଗଜ ତାଙ୍କୁ ଲଗାଇବା ପାଇଁ ଦେଇଛନ୍ତି, ତଦନୁଯାୟୀ ମୋତେ ତାହା ସଂପୂର୍ଣ୍ଣ କରିବାର ସୁଯୋଗ ଦିଅ ବୋଲି ଜିଆରଏସ୍ ଜଣକ କହିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବା ସହ ତାହା ତାଙ୍କୁ କରାଇଦେଇନଥିଲେ । ଏଥିନେଇ କେତେକ ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଜିଆରଏସ୍‌ଙ୍କର ପ୍ରତିକ୍ରିୟା ଫୋନ୍‌ରେ ନେବାପରେ ସେ ‘ସମସ୍ତ କଥାକୁ ସ୍ୱୀକାର ପୂର୍ବକ ଏ ନେଇ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ବିଷୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.