Home ଜିଲ୍ଲା ପରିକ୍ରମା ୧୩୬ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ , କଂଗ୍ରେସ ଏକ ଦଳ ନୁହେଁ ଏକ ବିଚାରଧାରା

୧୩୬ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ , କଂଗ୍ରେସ ଏକ ଦଳ ନୁହେଁ ଏକ ବିଚାରଧାରା

14

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଦଳର ୧୩୬ତମ ପ୍ରତିଷ୍ଠା ଦିବସ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଶ୍ରୀ ଦାସ ଉତ୍ତୋଳନ କରିଥିଲେ । ପରେ କେକ୍ କଟାଯାଇ ବଣ୍ଟନ ହେବା ପରେ ସଭାକାର୍ଯ୍ୟ ଓ ଆଲୋଚନଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍‌ବୋଧନ ଦେଇ ଶ୍ରୀ ଦାସ କହିଥିଲେ କି ୧୮୮୫ ମସିହା ଆଜିର ଦିନରେ ମାତ୍ର ୧୨ଜଣଙ୍କୁ ନେଇ ଗଠିତ ହୋଇଥିବା ଦଳ ଆଜି ଦେଶର ସର୍ବ ବୃହତ ଦଳ ହୋଇ ରହିଛି । ଏହି ଦଳର ସୁରକ୍ଷା, ଶକ୍ତିି ବୃଦ୍ଧି ପାଇଁ ସମସ୍ତଙ୍କର ପ୍ରଗାଢ ପରିଶ୍ରମର ଫଳ ଆଜି ଆମ୍ଭମାନଙ୍କ ଆଗରେ ରହିଛି । ଯେଉଁ ମହାମନିଷୀମାନେ ଦେଶ ରକ୍ଷାର ଚିନ୍ତାଧାରା ନେଇ ଦଳ ଗଠନ କରିଥିଲେ ସେହିମାନେ ଆମ୍ଭମାନଙ୍କର ଚିର ନମସ୍ୟ । ସେହିମାନଙ୍କ ସ୍ୱପ୍ନକୁ ସାକାର କରିବା କଂଗ୍ରେସ ଦଳର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । କଂଗ୍ରେସ ଏକ ଦଳ ନୁହେଁ ଏକ ପରିବାର । ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଦଳର ମୁଖ୍ୟ ପରିବାର ମୁଖ୍ୟ ସଦୃଶ । କଂଗ୍ରେସ ଏପରି ଏକ ଦଳ ଯେଉଁ ଦଳ କି ପରିବାରର ମୁଖ୍ୟ ନିର୍ଦ୍ଦେଶରେ ପରିଚାଳିତ ହୋଇଥାଏ । ସେଥିଲାଗି ଏହି ଦଳର ଆଦର୍ଶ, ଚିନ୍ତାଧାରା, ବିଚାରଧାରା, ଶୃଙ୍ଖଳା ସବୁ କିଛି ଅନ୍ୟ ଦଳମାନଙ୍କ ଠାରୁ ଭିନ୍ନ ବୋଲି ଶ୍ରୀ ଦାସ କହିଥିଲେ । ଆଲୋଚନାରେ ଭାଗ ନେଇ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି କହିଥିଲେ ଯେ କଂଗ୍ରେସ ଭଳି ଏକ ସର୍ବପୁରାତନ ଦଳରେ ରହି କାର୍ଯ୍ୟ କରିବାର ଅର୍ଥ ନିଜକୁ ଭାଗ୍ୟବାନ ମନେ କରିବା । ଏହି ଦଳ ପ୍ରତି ଆନୁଗତ୍ୟର ଅର୍ଥ ଦେଶପ୍ରତି ଆନୁଗତ୍ୟ । ସେହିପରି ଏକ ସର୍ବପୁରାତନ ଦଳରେ ରହି ଦଳକୁ ସୁଦୃଢ କରିବା ଏହାର ସୁନାମକୁ ଅକ୍ଷୁଣ୍ଣ ରଖିବା ଆମ୍ଭ ସମସ୍ତଙ୍କର ମୂଳ ଧର୍ମ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପଞ୍ଚାନନ ମଣ୍ଡଳ, ବରିଷ୍ଠ ସଦସ୍ୟ ଅବଦୁଲ ମୁକିତ ଖାଁ, ଦିଲିପ ନାୟକ, ପ୍ରଫୁଲ୍ଲ ସାମଲ, ଦେବେନ୍ଦ୍ର ମହାନ୍ତି, ନରନାରାୟଣ ଜେନା, ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ପୀତବାସ ଧଳ, ରତ୍ନାକର ବାରିକ, ବୈଲୋଚନ ପଣ୍ଡା, ରବି ରାୟ, ସେକ୍ ପାପା, ସେକ୍ ଲାଲୁ, ସେକ୍ ଫାଣ୍ଟୁସ୍ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.