Home ଜିଲ୍ଲା ପରିକ୍ରମା ବିଷ୍ଣୁପୁର ପଞ୍ଚାୟତରେ ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଂକୁ ବିରୋଧ

ବିଷ୍ଣୁପୁର ପଞ୍ଚାୟତରେ ପି.ଏ.ୱାଇ. ଗୃହରେ ବିଜୁ ପକ୍କାଘର ଷ୍ଟିକରିଂକୁ ବିରୋଧ

36

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ, ନିର୍ମାଣ ଶ୍ରମିକ ଗୃହ, ଇନ୍ଦିରା ଆୱାସ ଗୃହରେ ବିଜୁ ପକ୍କାଗୃହ ଷ୍ଟିକରିଂକୁ ଲୋକେ ବିରୋଧ କରାଯାଇଛି । ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ସଭାପତି ସୁରେଶ ସାମଲ, ନାଏବ ସରପଞ୍ଚ ଜୟକୃଷ୍ଣ ନାୟକ, ତପନ କୁମାର ପାତ୍ର, ନିରଞ୍ଜନ ବାରିକ, ମନୋରଞ୍ଜନ ପାତ୍ର, ସୁରେନ୍ଦ୍ର ନାୟକ, ରାଜେଶ କୁମାର ପାଣି, ବିଜୟ କୁମାର ବେହେରା, ମହେଶ୍ୱର ରାଉଳ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ପ୍ରତିବାଦପତ୍ର ପ୍ରଦାନ କରି ଷ୍ଟିକରିଂ ନକରିବାକୁ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.