ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଓ ରାହାଞ୍ଜ ପଂଚାୟତ ମିଶି ପ୍ରାୟ ଏକ ହଜାର ଘର ରହିଛି । ୧୬ନଂ ଜାତୀୟ ରାଜପଥ ପାଖରେ ପ୍ରତିଦିନ ପ୍ରାୟ ପାଞ୍ଚ ହଜାର ଲୋକ ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଯିବା ଆସିବା କରୁଛନ୍ତି । ଯାହାଦ୍ୱାରା ୩ ଖଣ୍ଡ ପଂଚାୟତ ଯଥା ରାହାଞ୍ଜ, ତିଶଳପୁର, ଅସୁରା ଗାଁ ର ଗ୍ରାମବାସୀ ପ୍ରତିଦିନ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ବଜାର, ଚାଷଜମି, ହାଇସ୍କୁଲ ଯିବାକୁ ହେଲେ ଜାତୀୟ ରାଜପଥକୁ ପାର ହୋଇ ଯିବାକୁ ପଡୁଛି । ଏହି ରାଜପଥରେ ଯିବାଆସିବା ଫଳରେ କିଏ ପୁଅକୁ ହରାଇଛି ତ କିଏ ତା ସ୍ୱାମୀକୁ । ଏମିତି ଏହି ତିନିଖଣ୍ଡ ଗ୍ରାମଲୋକେ ଯିବାଆସିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଏହି ଘଟଣାକୁ ନେଇ ତିନିଖଣ୍ଡ ଗ୍ରାମବାସୀମାନେ ଏକଜୁଟ ହୋଇଛନ୍ତି । ଚରମ୍ପା ପଂଚାୟତର ସରପଞ୍ଚ ମୌନାବତି ମଲ୍ଲିକ, ସମିତି ସଭ୍ୟ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ସମିତି ସଭ୍ୟ ମଦନ ପରିଡା , ଅନାଦି ଚରଣ ନାୟକଙ୍କ ସମେତ ଗ୍ରାମବାସୀମାନେ ୧୬ନଂ ଜାତୀୟ ରାଜପଥରେ ଏକ ଗଳାପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ଯଦି ଏହି ଅଭିଯୋଗକୁ ଭଦ୍ରକ ପ୍ରଶାସନ ନବୁଝନ୍ତି, ତେବେ ଆଗାମୀ ଦିଗରେ ତିନିଖଣ୍ଡ ଗ୍ରାମର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।