Home କେନ୍ଦ୍ରାପଡ଼ା ଦଳିତ ପରିବାରକୁ ଗ୍ରାମରୁ ନିଆଁପାଣି ବାଛନ୍ଦ ଅଭିଯୋଗ

ଦଳିତ ପରିବାରକୁ ଗ୍ରାମରୁ ନିଆଁପାଣି ବାଛନ୍ଦ ଅଭିଯୋଗ

89

କେନ୍ଦ୍ରାପଡା, ୧୬/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦଳିତ ପରିବାର ୨ଟିକୁ ଗ୍ରାମରେ ନିଆଁପାଣି ବାଛନ୍ଦ କରିଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ମହାକାଳପଡା ଥାନା ଅନ୍ତର୍ଗତ କଳପଡା ଗ୍ରାମର ନରହରି ମଳିକଙ୍କ ପୁଅ ରବିନ୍ଦ୍ର ମଳିକ ଓ ନିଳେଇ ମଳିକଙ୍କ ପୁଅ ଗୈାରାଙ୍ଗ ମଳିକ ଅଭିଯୋଗ କରିଛନ୍ତି ଯେ ତାଙ୍କର ଦୁଇଟି ଦଳିତ ପରିବାରକୁ ଜାତିଆଣ ଭାବ ନେଇ ଗତ ଜାନୁଆରୀମାସ ରେ ଗ୍ରାମରେ ଅନୁଷ୍ଠିତ ଏକ ବୈଠକରୁ ଉଠାଇଦେଇ ଏକଘରିକିଆ କରିଦିଆଯାଇଛି। ସେହିଦିନ ଠାରୁ ସେମାନଙ୍କୁ ଗ୍ରାମରେ ନିଆଁ ପାଣି ବାଛନ୍ଦ କରାଯିବା ସହ ଗଡିଆତୁଠ, ନଳକୂପ ପ୍ରଭୃତିକୁ ପିଇବା ପାଣି ଆଣିବାକୁ ବନ୍ଦ କରାଯାଇଛି। ୧୧ମାସ ଧରି ସେମାନଙ୍କ ଉପରେ ନାନାଉ ପ୍ରକାର ଅତ୍ୟାଚାର କରାଯିବା ସହ ସେହି ଦୁଇଟି ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କ ଘରେ ନିଆଁ ଲଗାଇ ପୋଡିଦେବାକୁ ଧମକ ଦିଆଯିବା ସହ ଗୈାରାଙ୍ଗଙ୍କ ଜମିରେ ଯୋରଜବରଦସ୍ତି ବାଡବୁଜି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ରବିନ୍ଦ୍ର ଓ ଗୈାରାଙ୍ଗ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ମହାକାଳପଡା ତହସିଲଦାରଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.