Home ଜିଲ୍ଲା ପରିକ୍ରମା ସଂଗ୍ରାମୀ ମାୟାଧରଙ୍କ ୨୯ତମ ଶ୍ରାଦ୍ଧୋତ୍ସବ

ସଂଗ୍ରାମୀ ମାୟାଧରଙ୍କ ୨୯ତମ ଶ୍ରାଦ୍ଧୋତ୍ସବ

15

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଅଙ୍ଗରକ୍ଷୀ ଏକାନ୍ତ ଆନୁଗତ୍ୟ ତଥା ସହଯୋଗୀ ଥିବା ସଂଗ୍ରାମୀ ମାୟାଧର ଦାସଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ଆଜି ଅପରାହ୍ନରେ ଶହିଦ ସ୍ମୃତି ଭବନ ଟାଉନ ହଲଠାରେ କୋବିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫେକରର ପୂର୍ବତନ ଡିଜିଏମ୍ ଗଙ୍ଗାଧର ମଲ୍ଲିକ ଯୋଗ ଦେଇ ପ୍ରଦିପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭଦ୍ରକର ଯେଉଁ ସଂଗ୍ରାମୀମାନେ ଇତିହାସକୁ ଋଦ୍ଧିମନ୍ତ କରିଛନ୍ତି ସଂଗ୍ରାମୀ ମାୟାଧର ସେମାନଙ୍କ ମଧ୍ୟରେ ଅନ୍ୟତମ । କନିକା ପ୍ରଜା ଆନ୍ଦୋଳନରେ ରାଜାଙ୍କ ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରି ସେ ଜନପ୍ରିୟ ହୋଇ ପାରିଥିଲେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଅଧିବକ୍ତା ତଥା ପ୍ରଗତିଶୀଳ ସାହିତ୍ୟ ସଂଗଠନର ଅଧ୍ୟକ୍ଷ ଗିରିଧାରୀ ନାଥ ତାଙ୍କ ବକ୍ତବ୍ୟରେ କନିକା ଅଞ୍ଚଳ ମାୟାଧର ଦାସଙ୍କୁ ଏବେ ବି ଝୁରୁଛି, ତାଙ୍କ ଭଳି ଯୁଗଜନ୍ମା ପୁରୁଷ ପୁଣିଥରେ ଏ ମାଟିରେ ଜନ୍ମଲାଭ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ପୂର୍ବତନ ଜିଲ୍ଲା ଶିକ୍ଷା ମଣ୍ଡଳାଧୀଶ ରାମଚନ୍ଦ୍ର ବେହେରା, ପୂର୍ବତନ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ବିନ୍ଧାଣୀ, ଅଧିବକ୍ତା ଅଗଣି ଚରଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ରାମଚନ୍ଦ୍ର ବେହେରା, ଲକ୍ଷ୍ମଣ କୁମାର ବିନ୍ଧାଣୀ, ଅବସରପ୍ରାପ୍ତ ଶିକ୍ଷକ ଜିତେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶୀତଳ ବେହେରା, ସମାଜସେବୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ତଥା ମାୟାଧରଙ୍କ ସୁପୁତ୍ର ବଂଶୀଧର ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମାୟାଧର ଦାସ ସ୍ମୃତି କମିଟି ଘଣ୍ଟେଶ୍ୱର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ମନମୋହନ ସଂଗୀତ ପରିଷଦର କଳାକାର ମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ । ଧନ୍ୟବାଦ ଦେଇଥିଲେ ଶିକ୍ଷକ ପ୍ରଭାକର ପରିଡା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.