ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ଆଉ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଙ୍କୁ ମିଶାଇ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୭ହଜାର ୧୭୨ । ଏମାନଙ୍କ ମଧ୍ୟରୁ ୭ ହଜାର ୨୩ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ୧୨୬ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧ ଲକ୍ଷ ୬୫ହଜାର ୨୦୧ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଆଜି ଚିହ୍ନଟ ଆକ୍ରାନ୍ତମାନେ ହେଲେ ବାସୁଦେବପୁର ବ୍ଲକର ଅରଣ୍ଡୁଆ, ନରସିଂହପୁର, ଚୁଡାମଣି ଓ ବରଣ୍ଡୁଆ ପଞ୍ଚାୟତରୁ ଜଣେ ଜଣେ, ଭଦ୍ରକ ବ୍ଳକର ଗେଲଟୁଆ, ବଣିଆ ଏବଂ ଅଣ୍ଢେଇପଲ୍ଲୀ ପଞ୍ଚାୟତରୁ ଜଣେ ଜଣେ, ଭଦ୍ରକ ପୌରପାଳିକାର ୧ ନଂ ୱାର୍ଡ, ୫ ନଂ ୱାର୍ଡ, ୬ ନଂ ୱାର୍ଡ ,ବଂ ୨୨ ନଂ ୱାର୍ଡରୁ ଜଣେ ଜଣେ, ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତରୁ ୪ଜଣ, ନିର୍ଗୁଣ୍ଡି ପଞ୍ଚାୟତରୁ ଜଣେ, ନଗୁଆଁ ପଞ୍ଚାୟତରୁ ଜଣେ, ଧାମନଗର ଚୁଡାକୁଟି ପଞ୍ଚାୟତରୁ ୨ଜଣ, ଦଇପୁର ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।