କଳାହାଣ୍ଡି ୨୨-୧୧ (ଓଡ଼ିଆ ପୁଅ/ତୁଳସିରାମ ଛତ୍ରୀଆ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚାରବାହାଲ ପେକ୍ସ ଅଧିନରେ ଥିବା ମୋଟେର ମଣ୍ଡି ରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡି କୁ ସଂପୂର୍ଣ୍ଣ ଭାବରେ କାଢି ନିଆଯାଉ ଏବଂ ଉଚ୍ଛେଦ କରାଯାଉ ବୋଲି ଦାବି କରି ମେଟେର ମଣ୍ଡି ଅଧିନରେ ଥିବା ଚାଷି ମାନେ ଆଜି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା ଯେ’ ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ ନ ହେଉଣୁଁ ମୋଟେର ମଣ୍ଡି ପ୍ରାଙ୍ଗଣରେ ଧାନ ଆଣି ଗଦାକରି ରଖିଥାନ୍ତି। ଯାହା ଫଳରେ ମଣ୍ଡି ଶେଷ ହେବା ପର୍ଯ୍ୟନ୍ତ ମଧ୍ୟ ଜାଗା ଟିଏ ମିଳେନାହିଁ ବୋଲି ମୋଟେର ଅଞ୍ଚଳର ଚାଷି ପ୍ରକାଶ କରିଛନ୍ତି। ଏହି ବିଷୟରେ ବାରମ୍ବାର ବଡଟେମରି ମଣ୍ଡି ର ଧାନକ୍ରେତା ସ୍ବୟଂ ସହାୟକ ଗୋଷ୍ଠୀ ର ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି କିମ୍ବା କର୍ଣ୍ଣପାତ ମଧ୍ୟ କରୁନାହାନ୍ତି। ଯାହାକୁ ନେଇ ଆଜି ମୋଟର ମଣ୍ଡି ଅନ୍ତର୍ଗତ କୁସୁମଖୁଣ୍ଟି, ବାଟିଗୁଡା, ଜଲତାମୁଣ୍ଡା, ଖଟୁଲୁଗୁଡା ସମେତ ମୋଟେର ଗ୍ରାମ ର ଚାଷୀ ମାନେ ପ୍ରତିବାଦ କରିଛନ୍ତି। ଖବର ପାଇ କୋକସରା ତହସିଲଦାର ମନୋଜ ପାଢୀ ପହଞ୍ଚି ସ୍ଥାନୀୟ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଛନ୍ତି ଓ ୭ ଦିନ ଭିତରେ ଯାଗା ଚିହ୍ନଟ କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଆଗାମୀ ୭ ଦିନରେ ଏହି ସମସ୍ୟା ସମାଧାନ ନହୁଏ ତେବେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତ।