Home ଜିଲ୍ଲା ପରିକ୍ରମା ୧୦ ଦିନ ସ୍ଥାନରେ ଦୁଇ ଦିନରେ ବିସର୍ଜିତ ହେଲେ ଭଦ୍ରକର ଐତିହାସିକ କାଳୀମେଢ

୧୦ ଦିନ ସ୍ଥାନରେ ଦୁଇ ଦିନରେ ବିସର୍ଜିତ ହେଲେ ଭଦ୍ରକର ଐତିହାସିକ କାଳୀମେଢ

84

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁଁ ୧୦ ଦିନ ଧରି ପୂଜା ପାଇବାକୁ ଥିବା ଭଦ୍ରକ ଓ ଚରମ୍ପାର ୧୦ଟି ମଣ୍ଡପର କାଳୀମେଢ ଗୁଡିକ ଆଜି ମାତ୍ର ଦୁଇଦିନରେ ବିସର୍ଜନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଚରମ୍ପା ଓ ସହରର ଅନ୍ୟ ସ୍ଥାନ ଗୁଡିକରେ ପୂଜା ପାଇଆସୁଥିବା ଏହି ମେଢଗୁଡିକ ୧୦ଦିନ ଧରି ପୂଜା ପାଇଥାଆନ୍ତେ । କିନ୍ତୁ ଚଳିତବର୍ଷର କୋଭିଡ୍ କଟକଣା ଯୋଗୁଁ ତାହା ଫିକା ପଡି ନିରାଡମ୍ବର ଭାବେ ବିସର୍ଜିତ ହୋଇଛି । ଏହି କଟକଣା ଯୋଗୁଁ ବହୁ ଶ୍ରଦ୍ଧାଳୁ ଭକ୍ତ ମା’ଙ୍କ ଦର୍ଶନରୁ ବଂଚିତ ହୋଇଥିବାବେଳେ ପ୍ରତିବର୍ଷ ଭଳି ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ବ୍ୟବସାୟୀଙ୍କୁ ଏଥର ଦେଖିବାକୁ ମିଳିନଥିଲା । ତେବେ ଆସନ୍ତାବର୍ଷ କରୋନାର ପ୍ରକୋପ ନଥାଇ ମା’ଙ୍କ ପୂଜା ପାର୍ବଣକୁ ଅନ୍ୟବର୍ଷ ଭଳି ଉପଭୋଗ କରିବାକୁ ଜିଲାବାସୀ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.