Home ଜିଲ୍ଲା ପରିକ୍ରମା ଭଦ୍ରକ ସୋସିଆଲ ସର୍ଭିସର ରାଜ୍ୟସ୍ତରୀୟ ୩ୟ ବାର୍ଷର୍ିକ ସମାରୋହ, ରାଜ୍ୟର ବହୁ ସାମାଜିକ ସଂଗଠନ ଓ...

ଭଦ୍ରକ ସୋସିଆଲ ସର୍ଭିସର ରାଜ୍ୟସ୍ତରୀୟ ୩ୟ ବାର୍ଷର୍ିକ ସମାରୋହ, ରାଜ୍ୟର ବହୁ ସାମାଜିକ ସଂଗଠନ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ

27

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଭଦ୍ରକ ନୁହେଁ ଆମ ରାଜ୍ୟର ଏକ ଅଗ୍ରଣୀ ସାମାଜିକ ସଂଗଠନ ‘ଭଦ୍ରକ ସୋସିଆଲ ସର୍ଭିସ୍‌’ (ବିଏସ୍‌ଏସ୍‌) ର ରାଜ୍ୟସ୍ତରୀୟ ୩ୟ ବାର୍ଷିକ ସମାରୋହ ସ୍ଥାନୀୟ ଚରମ୍ପା ମାରୱାଡି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଦିଗ୍‌ଦର୍ଶକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାନ୍ଧ୍ୟର ଏହି ଉତ୍ସବକୁ କେନ୍ଦୁଝର ଜିଲାର ‘ପାହାଡ ମଣିଷ’ ପଦ୍ମଶ୍ରୀ ଦୈତାରୀ ନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ମହାମାରୀ କରୋନା ସମୟରେ କୌଣସି ସରକାରୀ ଓ ବେସରକାରୀ ସହାୟତା ବିନା ବିଏସ୍‌ଏସ୍ ଅସହାୟ ଲୋକଙ୍କୁ ସହାୟତା କରି ଯେଉଁ ଆଲୋକବର୍ତ୍ତିକା ଜାଳିପାରିଛି, ତାହା ଆଗାମୀ ଯୁବପିଢିଙ୍କ ପାଇଁ ଦିଗବାରିଣି ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସଂଗଠନର ସଂପାଦକ ପ୍ରକାଶ ସ୍ୱାଇଁଙ୍କ ମଂଚ ପରିଚାଳନାରେ ଆୟୋଜିତ ଏହି ସମାରୋହ ପ୍ରାରମ୍ଭରେ ଅନ୍ୟତମ ସଦସ୍ୟ ଶୁଭେନ୍ଦୁ ଲେଙ୍କା ଅତିଥି ପରିଚୟ ଓ ସିପକ ଦାସ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଂଗଠନର ଅଧ୍ୟକ୍ଷ ସଂଜିତ କୁମାର ନାୟକ ଆଗାମୀ ଦିନରେ ବିଏସ୍‌ଏସ୍ ତାର ଲକ୍ଷ୍ୟପଥରୁ କେବେ ବିଚ୍ୟୁତ ହେବନାହିଁ ବୋଲି ନିଜ ବକ୍ତବ୍ୟରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ‘ପାହାଡ ମଣିଷ’ ଶ୍ରୀ ନାୟକଙ୍କ ସମେତ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ରାୟ ମହାପାତ୍ର, ଭଦ୍ରକ ମାଟିର ଅନ୍ୟତମ ଚଳଚ୍ଚିତ ଅଭିନେତ୍ରୀ ଶୁଭଙ୍କରୀ ଦେବୀ, ଭଦ୍ରକ ପ୍ରଶାସନିକ ଅଧିକାରୀ କାର୍ତ୍ତିକେଶ୍ୱର ମଣ୍ଡଳ ପ୍ରମୁଖ ଅତିଥି ଏବଂ ଭଦ୍ରକ ତଥା ରାଜ୍ୟର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍‌ର ନିର୍ଦ୍ଦେଶକ ଏସ୍‌.ଏମ୍‌. ଫାରୁକ, ତ୍ୟାଗଭୂମିର ଆବାହକ ଅଜୟ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଜ୍ଞାନ ପାଣି, ପ୍ରଫେସର ଡ. କମଳାକାନ୍ତ ସ୍ୱାଇଁ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ଆଇନ୍‌ଜୀବୀ ଗଦାଧର ବଳ, ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଯୋଗଦେଇ ବିଏସ୍‌ଏସ୍‌ର ନିସ୍ୱାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ସମାରୋହରେ ୧୫ ରୁ ଉର୍ଦ୍ଧ୍ୱ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଯୋଗଦେଇଥିବାବେଳେ ସମାଜର ଅବହେଳିତ ଦିନ ଦୁଃଖୀ ଅସହାୟ ଲୋକଙ୍କୁ କିଭଳି ଭାବେ ମୁଖ୍ୟସ୍ରୋତରେ ସାମିଲ କରି ବର୍ତ୍ତମାନର ମହାମାରୀ କରୋନା ମଧ୍ୟରେ ଜନ ସଚେତନତା ସୃଷ୍ଟି କରିହେବ, ତାହା ହିଁ ସଭାର ମୁଖ୍ୟ ପ୍ରସଙ୍ଗ ଥିଲା । ପ୍ରାରମ୍ଭରେ କୁନି କଣ୍ଠଶିଳ୍ପୀ ଅସୀମା ଚୌଧୁରୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବାବେଳେ ସଦସ୍ୟ ସବ୍ୟସାଚୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.