Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକା ସୁଇପର ସଂଘ ପକ୍ଷରୁ ବିକ୍ଷୋଭ

ଭଦ୍ରକ ପୌରପାଳିକା ସୁଇପର ସଂଘ ପକ୍ଷରୁ ବିକ୍ଷୋଭ

61

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୈନିକ ମଜୁରୀ ବୃଦ୍ଧି, ପୁରାତନ କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରିବା, ସେମାନଙ୍କ ବେତନରୁ କଟିଥିବା ଇପିଏଫ ଅର୍ଥ ଫେରସ୍ତ ନଚେତ ଇପିଏଫ ସ୍ଲିପ ପ୍ରଦାନ ଦାବିରେ ଭଦ୍ରକ ପୌରପାଳିକାର ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀଙ୍କୁ ନେଇ ଗଠିତ ଭଦ୍ରକ ପୌରପାଳିକା ସୁଇପର ସଂଘ ପକ୍ଷରୁ ପୌର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ଠିକା ସଂସ୍ଥା କଳିଙ୍ଗ ଏଜେନ୍‌ସି ଅଧିନରେ ଠିକା ଭିତ୍ତିରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନେ ସହରକୁ ସଫା ରଖିବା ସହ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିଚାଲିଛନ୍ତି । କିନ୍ତୁ ସେମାନଙ୍କର ସୁବିଧା ଅସୁବିଧା ଓ ସାମାଜିକ ନିରାପତ୍ତା ଦିଗରେ ଠିକା ସଂସ୍ଥା ସମେତ ପ୍ରଶାସନ ଉଦାସୀନ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶରେ ସେମାନେ କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉ ନାହିଁ । ପୂର୍ବରୁ ଇପିଏଫ ଅର୍ଥ ନଚେତ୍ ସ୍ଲିପ ଦାବିରେ ଦୁଇଥର କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ସେମାନଙ୍କ କଥା ବୁଝାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅଣଦେଖା କରାଯାଇଛି । ଗତ ୩ ଦିନ ତଳେ ସଂଘ ପକ୍ଷରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନ ନେବାରୁ ଆଜି ବାଧ୍ୟ ହୋଇ କାର୍ଯ୍ୟବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.