Home ଜିଲ୍ଲା ପରିକ୍ରମା ୩ ପ୍ରମୁଖ ରାସ୍ତା ପୁନଃନିର୍ମାଣ ଦାବିରେ ବିଜେପିର ସ୍ମାରକପତ୍ର

୩ ପ୍ରମୁଖ ରାସ୍ତା ପୁନଃନିର୍ମାଣ ଦାବିରେ ବିଜେପିର ସ୍ମାରକପତ୍ର

44

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀର ବ୍ଲକର ୩ ପ୍ରମୁଖ ରାସ୍ତା ଛତାବର – ଛଞ୍ôଚଣା ରାସ୍ତା, ଭଣ୍ଡାରିପୋଖରୀ-ମଣିନାଥପୁର ରାସ୍ତା ଓ ଛତାବର-ବଳିଘାଇ ପୂର୍ତ୍ତ ବିଭାଗ ରାସ୍ତାର ପୁନଃନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ମନୋରଞ୍ଜନ ପରିଡା, ପ୍ରକାଶ ମହାପାତ୍ର, ବିଶିକେସନ ବାରିକ, ତପନ ବାରିକ, ରବି ସାହୁ ପ୍ରମୁଖ ବିଭାୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଗତ ବର୍ଷକ ପୂର୍ବରୁ ହାତକୁ ନେଇଥିବା ଛତାବର-ଛଞ୍ôଚଣା ପୁର୍ତ୍ତ ରାସ୍ତା ସମ୍ପୁର୍ଣ୍ଣ ଅଗମ୍ୟ ହୋଇପଡିଛି । ରାସ୍ତାରେ ଖାଲଖମା ସାଙ୍ଗକୁ ବହୁ ଛୋଟବଡ ଗର୍ତ୍ତ ରାସ୍ତାକୁ ବିପଦସଙ୍କୁଳ କରିଛି । ଗତ ବର୍ଷ ଦିନ ପୂର୍ବରୁ ବିଭାଗ ପକ୍ଷରୁ ହୋଇଥିବା ତେରଲକ୍ଷ ଟଙ୍କାର ତାଳିପକା କାର୍ଯ୍ୟ କେବଳ ଠିକାଦାର ପୋଷଣ ପାଇଁ ଉଦ୍ଦିଷ୍ଟ ଥିଲା । ଏହାର ପୁନଃନିର୍ମାଣକୁ ବିଭାଗ ଅଗ୍ରାଧିକାର ଦେବାକୁ ଦାବି କରାଯାଇଛି । ସେହିପରି ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତବିଭାଗ ରାସ୍ତାକାର୍ଯ୍ୟର ଅବଧି ସୀମା ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣର୍ ହୋଇପାରିନାହିଁ । ଠିକାଦାର ମଣିନାଥପୁର ଠାରେ ଦଲାଲଙ୍କ ହାତରେ କାର୍ଯ୍ୟ ଟେକି ଦେଇଥବା ବେଳେ ବିଭାଗ ଆଦୌ ତଦାରଖ କରୁନଥିବା ଜଣାଯାଇଛି । ଏହି ରାସ୍ତାରେ ପୂର୍ବରୁ ହୋଇଥିବା କାର୍ଯ୍ୟ ଉପରେ ସିମେଣ୍ଟ ପ୍ରଲେପ ଦିଆଯିବା ଘଟଣା କାର୍ଯ୍ୟର ନମୁନାକୁ ପ୍ରମାଣ କରୁଛି । ରାସ୍ତାର ମାଳଦା ଠାରେ ଥିବା ସର୍ତ୍ତା ନାଳ ସେତୁର ଉଚ୍ଚତା ବୃଦ୍ଧି କରାଯିବାକୁ ବିଭାଗ ହେୟଜ୍ଞାନ ମନେ କରୁଥିବା ପ୍ରମାଣିତ ହୋଇଛି । ପ୍ରତିବର୍ଷ ବନ୍ୟାରେ ସର୍ତ୍ତା ସେତୁ ବୁଡିରହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ କରୁଥିବା ଉଦାହରଣ ବିଭାଗ ଦେଖି ନଦେଖିଲା ପରି କାର୍ଯ୍ୟ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବହୁସ୍ଥାନରେ ନିର୍ମାଣ ବିଚ୍ଛିନ୍ନ ହୋଇ ରହିଛି । ବିଭାଗ ଠିକାଦାର ପ୍ରତି କୋହଳ ମନୋଭାବ ପୋଷଣ କରୁଥିବାରୁ ଠିକାଦାର ମନମୁଖି ଭାବେ ନିର୍ମାଣ କାର୍ଯ୍ୟ ଗତ ତିନି ବର୍ଷ ଧରି ଚଳାଇଛି । ଯାହାଦ୍ୱାରା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଏଥି ସହିତ ସରସଦା-ତୁଳସୀପୁର ମଧ୍ୟଭାଗରେ ଥିବା କଲଭର୍ଟଟି ଦବି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଯାଜପୁରକୁ ସଂଯୋଗ କରୁଥିବା ଛତାବର-ବଳିଘାଇ ରାସ୍ତାର ବୈତରଣୀ ନଦୀ ପୋଲ ଆପ୍ରୋଚ ରୋଡ଼ ମରାମତି ନିହାତି ଆବଶ୍ୟକ ହୋଇଥିଲେ ମଧ୍ୟ ତାହାର ସ୍ଥାୟୀ ନିର୍ମାଣ କରାଯାଇ ନାହିଁ । ରାସ୍ତା ଗତ ଦୁଇବର୍ଷ ପୂର୍ବେ ନିର୍ମାଣ ହୋଇଥିଲେ ବି ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଛି । ଦୀପାବଳୀ ମଧ୍ୟରେ ଏଥିପାଇଁ ପଦକ୍ଷେପ ଗ୍ରହଣ ନକେଲେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଓ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.