Home ଜିଲ୍ଲା ପରିକ୍ରମା ପୀତାମ୍ବରା ସିଦ୍ଧପୀଠରେ‘ମହାଗୌରୀ’ ସ୍ୱରୂପରେ ମାଆ ବଗଳାମୁଖୀ

ପୀତାମ୍ବରା ସିଦ୍ଧପୀଠରେ‘ମହାଗୌରୀ’ ସ୍ୱରୂପରେ ମାଆ ବଗଳାମୁଖୀ

33

ବାଲେଶ୍ୱର, ୨୪ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କର ଶାରଦୀୟ ପୂଜା ଅବସରରେ ପ୍ରତିପଦ ତିଥିଠାରୁ ବିଭିନ୍ନ ଶକ୍ତିପୀଠାରେ ଚାଲିଛି ମାଆ ଆଦ୍ୟାଶକ୍ତିଙ୍କର ନବରାତ୍ର ପୂଜା। ଦୈନିକ ପ୍ରାତଃକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ଚାଲିଛିି ମା’ଙ୍କର ଆରଧନା। ସେହିକ୍ରମରେ ବାଲେଶ୍ୱର ସହର ଉପକଣ୍ଠ ତାମୂଳିଆ ସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ବଗଳାମୁଖୀ ପୀଠରେ ରୀତିନୀତି ଅନୁସାରେ ନବରାତ୍ର ଉତ୍ସବରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଷୋଡ଼ଶ ଉପଚାର ପୂଜା ସାଙ୍ଗକୁ ସଂଧ୍ୟାରେ ସପ୍ତଶତୀ ଚଣ୍ଡିପାଠ ଓ ରାତିରେ ୧୦୮ ଆହୁତି ଆଦି କର୍ମକାଣ୍ଡ ନିୟମିତ ଚାଲିଛିି ଏଠାରେ। ମା’ଙ୍କର ନବଶକ୍ତିକୁ ଭକ୍ତି ଓ ନିଷ୍ଠାର ସହିତ ଆହ୍ୱାନ କରାଯାଇ ଏଠାରେ ପୂଜା କରାଯାଇଛି। ଆଜି ଅଷ୍ଟମ ଦିବସ ମହାଅଷ୍ଟମୀ ତିଥି ଅବସରରେ ମା’ଙ୍କର ଅଷ୍ଟମ ସ୍ୱରୂପ ମହାଗୌରୀଙ୍କୁ ଆରାଧନା କରାଯାଇଥିଲା। ମହାଗୌରୀ ହିଁ ଆଦି ଶକ୍ତି ଏବଂ ମା’ଙ୍କର ଏହି ସ୍ୱରୂପରେ ସମଗ୍ର ସଂସାର ପ୍ରକାଶମୟ ହୋଇଥାଏ। ମହାଗୌରୀଙ୍କୁ ପୂଜନ କଲେ ଭକ୍ତର ସମସ୍ତ ପ୍ରକାର କଷ୍ଟ ଦୂର ହୋଇଯାଇଥାଏ ତଥା ଭକ୍ତର ଜୀବନରେ ପବିତ୍ରତା ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୁମ୍ଭ ଓ ନିଶୁମ୍ଭ ଭଳି ରାକ୍ଷସଙ୍କ କବଳରୁ ମୁକ୍ତି ପାଇଁ ଭକ୍ତଙ୍କ ପ୍ରାର୍ଥନାରେ ଆବିର୍ଭୂତା ମାଙ୍କର ଏହି ସ୍ୱରୂପକୁ ଶିବା ଏବଂ ଶାମ୍ଭବୀ ନାମରେ ମଧ୍ୟ ପୂଜା କରାଯାଇଥାଏ। ମା’ଙ୍କର ଏହି ସ୍ୱରୂପକୁ ଅର୍ଚ୍ଚନରେ ଭକ୍ତକୁ ସର୍ବଦା ଅଭୟ ମିଳିଥାଏ ଏବଂ ଭକ୍ତର ସୌଭାଗ୍ୟରେ ବୃଦ୍ଧି ହୋଇଥାଏ ବୋଲି ଶାସ୍ତରେ ବର୍ଣ୍ଣିତ ରହିଛି। ମହାଅଷ୍ଟମୀ ଅବସରରେ ପୀତାମ୍ବରା ସିଦ୍ଧ ବଗଳାମୁଖୀ ପୀଠରେ ମା’ଙ୍କର ମହାସରସ୍ୱତୀ ବେଶ ଅନୁଷ୍ଠିତ ହୋଇଥିଲା। ତେବେ ସରକାରଙ୍କ କୋଭିଡ ନିୟମ କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କର ଏହି ବେଶ ଦର୍ଶନରୁ ବଂଚିତ ହୋଇଥିଲେ। ମହାନବମୀ ତିଥିରେ ମା’ଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପଙ୍କୁ ଅର୍ଚ୍ଚନ କରାଯିବାର ସହିତ ମା’ଙ୍କର ମହାଳକ୍ଷ୍ମୀ ବେଶ ଅନୁଷ୍ଠିତ ହେବ। ମହାନବମୀରେ ଚଣ୍ଡିଯଜ୍ଞର ପୂର୍ଣ୍ଣାହୁତିରେ ମାଆଙ୍କର ନବରାତ୍ର ପୂଜା ସମ୍ପନ୍ନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.