Home ଉପ ନିର୍ବାଚନ ମମତା କୁଣ୍ଡୁଙ୍କୁ ଜିତାଇବା ପାଇଁ ବାମପନ୍ଥୀ-କଂଗ୍ରେସ ନେତାଙ୍କ ନିବେଦନ

ମମତା କୁଣ୍ଡୁଙ୍କୁ ଜିତାଇବା ପାଇଁ ବାମପନ୍ଥୀ-କଂଗ୍ରେସ ନେତାଙ୍କ ନିବେଦନ

57

ବାଲେଶ୍ୱର, ୨୪ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଗରିବ ତଥା ମେହେନତି ମଣିଷଙ୍କୁ ନ୍ୟାଯ୍ୟ ହକ୍‌ରୁ ବଞ୍ଚିତ କରି ଚାଲିଥିବା କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡିର ଦଳୀୟ ପ୍ରାର୍ଥୀଙ୍କୁ ଚଳିତ ବାଲେଶ୍ୱର ଉପ-ନିର୍ବାଚନରେ ଉଚିତ ଜବାବ ଦେବାକୁ ବାମପନ୍ଥୀ ଓ କଂଗ୍ରେସ ନେତାମାନେ ଭୋଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସି-ପି-ଆଇ-, ସି-ପି-ଏମ, ଫରୱାର୍ଡ଼ ବ୍ଲକ୍ ଓ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତାମାନେ ସାମ୍ପ୍ରତିକ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ଅଚଳାଅବସ୍ଥା ସମ୍ପର୍କରେ ସୂଚନା ଦେବା ସହ ଧର୍ମନିରପେକ୍ଷତା ଅପଣେଇଥିବା ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି। ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା ବିରୋଧୀ ଆଇନ ପ୍ରଣୟନ କରିବା ସହ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା, ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ଜନସାଧାରଣଙ୍କୁ ଭାଗଭାଗ କରୁଥିବା କେନ୍ଦ୍ର ସରକାରକୁ ରାଜ୍ୟର ଶାସକ ଦଳ ବିଜେଡ଼ି ସର୍ବଦା ସମର୍ଥନ ଦେଇ ଆସିଛି। ଏଣୁ ଚଳିତ ଉପନିର୍ବାଚନରେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ସମସ୍ତ ବାମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଓ ଦଳମାନଙ୍କ ତରଫରୁ କଂଗ୍ରେସର ପ୍ରାର୍ôଥନୀ ମମତା କୁଣ୍ଡୁଙ୍କୁ ବିଜୟୀ କରିବାକୁ ଭୋଟର ଭାଇଭଉଣୀଙ୍କୁ ଏହି ସାମ୍ବାଦିକ ସମ୍ମିଳନୀରେ ବାମପନ୍ଥୀ ଓ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଛନ୍ତି। ବାଲେଶ୍ୱରର ବିକାଶ ଓ ସ୍ୱାଭିମାନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପ୍ରାର୍ôଥନୀ ମମତା କୁଣ୍ଡୁ ନିବେଦନ କରିଥିଲେ। ସି-ପି-ଆଇ ତରଫରୁ ଭାଗବତ ପ୍ରତିହାରୀ, ସି-ପି-ଆଇ(ଏମ୍‌)ର ନିର୍ମଳ ନାୟକ, ଫରୱାର୍ଡ଼ ବ୍ଲକ୍‌ର ସର୍ବେଶ୍ୱର ମିଶ୍ର ଓ କଂଗ୍ରେସର ସୁଦର୍ଶନ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.