ମାଲକାନଗିରି,୨୨ା୧୦ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ମାଲାକନଗିରି ବନାଚଂଳ ଅଧିନସ୍ଥ ଏମଭି ୫୦ ଗ୍ରାମର ମୋତି ହାଲଦାର (୪୨) ଙ୍କ ଘରଉପରେ ଚଢଉ କରି ତାଙ୍କ ଘରୁ ମୂଲ୍ୟବାନ ସାଗୁଆନ,ପିଆଶାଳ, କାଠ ପଟା, ସାଇଜ,ବିମ, ଦଣ୍ଡା ଜବତ କରାଯାଇଛି, ଏହି ଜବତ ପଟା ଓ କାଠର ସରକାରି ମୂଲ୍ୟ ପ୍ରାୟ୩୦ହଜାର ଟଙ୍କା ରୁ ଉର୍ଦ୍ଦହେବ ବୋଲି ଜଣାପଡିଛି । ବେଆଇନ ଭାବେ ଘରେ ପଲଙ୍କ ଓ କାଠସାମଗ୍ରୀ ନିର୍ମାଣ କରିବା ଅଭିଯୋଗରେ ମୋତି ହାଲଦାର ଙ୍କୁ ବନବିଭାଗ ପକ୍ଷରୁ ଆଜି ଗିରଫ କରାଯାଇଛି . ଏହି ଚଢଉରେ ଫରେଷ୍ଟର ରାଜେଶ କୁମାର ସେଠୀ,ମୋହନଗୁଡିଆ, ମରୁଲି ଧର ଅନୁଗୁଳିଆ,ଫରେଷ୍ଟଗାର୍ଡ ବାସନ୍ତି ମାଡକାମି,ସାରୁ କବାସୀ,ଅର୍ଜୁନବାଟେ ପ୍ରମୁଖ ବନବିଭାଗ କର୍ମାଚାରୀ, ଫରେଷ୍ଟ ସ୍କାର୍ଡ ଟିମ ଉପସ୍ଥିତି ଥିଲେ