ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ ଆଜି ୧୧୭ ଟି ପଜେଟିଭ କେସ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୩ ରେ ପହଂଚିଚି। ଆଜି ସୁଧା ୩୩୦୦ ସୁସ୍ଥ ହୋଇ ସ୍ୱଗୃହକୁ ଫେରିଛନ୍ତି। ବର୍ତ୍ତମାନ ସୁଧା ୧୧୦୪ ଜଣ ଆକ୍ଟିଭ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧିନ ରହିଛନ୍ତି। ଜିଲାରେ ୬୪, ୭୬୭ ଟି ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ୪୫ ଟି କନଟେନମେଂଟ ଜୋନ କାର୍ଯ୍ୟକାରୀ କରୁଛି। କରୋନାରେ ଆକ୍ରାନ୍ତ ବ୍ୟକ୍ତି ବାହାରକୁ ନଯିବା ଘରେ ଅଲଗା ରହି ଔଷଧ ଖାଆନ୍ତୁ। ମାସ୍କ ପିନ୍ଧନ୍ତୁ, ଅସୁସ୍ଥତା ଲାଗିଲେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ବୋଲି ସରକାରଙ୍କ ତରପରୁ ସୂଚନା ଦିଆଯାଇଛି। ପୁରୀ ପୌରାଂଚଳ ରେ ୧୫୮୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧୬ ଟି ଆକ୍ଟିଭ କେସ୍ ଚିକିତ୍ସାଧୀନ ରହିଛି ଓ ୧୧୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।