Home ଜିଲ୍ଲା ପରିକ୍ରମା ବନ୍ୟାଅଞ୍ଚଳରେ ଅସହାୟ ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ସମ୍ଭବ ଯୁବ ସଂଗଠନ

ବନ୍ୟାଅଞ୍ଚଳରେ ଅସହାୟ ବନ୍ୟା ବିପନ୍ନଙ୍କୁ ସାହାଯ୍ୟର ହାତ ବଢାଇଲା ସମ୍ଭବ ଯୁବ ସଂଗଠନ

80

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପ୍ରଳୟଙ୍କରି ବନ୍ୟାର ବିତ୍ପାତ ଜାରିରହିଥିବା ସମୟରେ ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରାୟ ସମସ୍ତ ବ୍ଲକରେ ଏହି ପ୍ରଳୟଙ୍କରି ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ଜିଲ୍ଲାରେ ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଳୟଙ୍କରି ବନ୍ୟାର ବିଭିଷିକା ଜାରିରହିଥିବା ସତ୍ତ୍ୱେ ସମ୍ଭବ ଯୁବ ସଂଗଠନ, କୋଡଗମ୍ଭୀର, ଭଦ୍ରକ ଓଡିଶା ତରଫରୁ ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଜରିଆରେ ଭଦ୍ରକ ଜିଲ୍ଲାର ତିହିଡି ଓ ଧାମନଗର ବ୍ଲକର ଶ୍ୟାମସୁନ୍ଦରପୁର, ଈଶ୍ୱରପୁର, ଇଷାଣପୁର, ବାଲିଘାଇ, ଦପାନାୟକାଣି, ଉିପରଦୁମୁକା ଓ ରଇପୁର ଆଦି ଗ୍ରାମ ବନ୍ୟା ଅଞ୍ଚଳରେ ପାଣିଘେରରେ ରହିଥିବା ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ଚୁଡା, ମୁଢି, ଚିନି, ବିସ୍କୁଟ ବଣ୍ଟନ କରିଥିଲେ । ସଙ୍ଗଠନର ଆବାହକ ସତ୍ୟବାନ ନାୟକ, ସଭାପତି ରଘୁରାମ ଜେନା, ଉପ-ସଭାପତି ଖଗେଶ୍ୱର ଜେନ, ସମ୍ପାଦକ ରତିକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି କରାଯାଇଥିଲା । ସଂଗଠନର ସଦସ୍ୟ ସୁନିଲ ବେହେରା, ଶ୍ୟାମସୁନ୍ଦର ନାୟକ, ପ୍ରଫୁଲ୍ଲ ନାୟକ, କୈଳାସ ମହାନ୍ତି, କିଶୋର ଜେନା, ମାନସ ପଣ୍ଡା, ରତିକାନ୍ତ ସାହୁ, ନିରଞ୍ଜନ ସାହୁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଭୀମସେନ ବାରିକ ଏବଂ ଶ୍ୟାମସୁନ୍ଦରପୁର ଗ୍ରାମର ଗ୍ରାମବାସୀ ଓ ସଂଗଠନର ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ସଫଳ ହୋଇଥିବା ବେଳେ ସଂଗଠନର ଆପଣ ଏକା ନୁହଁନ୍ତି, ଆମେ ଅଛୁ ଅପଣଙ୍କ ସାଥିରେ କାର୍ଯ୍ୟକ୍ରମଟି ଆଗକୁ ଏହିଭଳି ଭାବରେ ନିରନ୍ତର ଜାରିରହିବ ବୋଲି ସଂଗଠନର ଆବାହକ ସଭାପତି ଏବଂ ସଦସ୍ୟମାନେ ପ୍ରକାଶ କରିଛନ୍ତି । ସମ୍ଭବ ଯୁବ ସଂଗଠନର ଏପରି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.