Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସଙ୍କ ପରଲୋକ

ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସଙ୍କ ପରଲୋକ

82

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଛାତ୍ର ବତ୍ସଳ, ସ୍ନେହୀ, ପରୋପକାରୀ, ଆଧ୍ୟାତ୍ମିକ ଚେତନା ଓ ପୂଜ୍ୟ ପୂଜାର ପୂଜାରୀ ଭଣ୍ଡାରିପୋଖରୀ, ସରସଦା (ଏକାବୋଲା) ଗ୍ରାମବାସୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଧନେଶ୍ୱର ଦାସ ଗତକାଲି ଅପରାହ୍ନ ୩.୩୦ ମିନିଟ ସମୟରେ ୮୫ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ମଧୁମେହ ଓ ବୃକକ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିିତ ହେଉଥିଲେ । ସେ ଜେଣ ଛାତ୍ରବତ୍ସଳ ଶିକ୍ଷକ ଭାବେ ସମାଜର ସବୁ ବର୍ଗର ଲୋକଙ୍କ ଦ୍ୱାରା ଆଦର ଓ ସମ୍ମାନର ପାତ୍ର ଥିଲେ । ତାଙ୍କର ଚାକିରୀ ଜୀବନର ଅଧାରୁ ଅଧିକ କାଳ ନାରାୟଣ ଚନ୍ଦ୍ର ହାଇସ୍କୁଲରେ ବିତିଥିଲା । ସେ ସମୟରେ ନାରାୟଣ ଚନ୍ଦ୍ର ହାଇସ୍କୁଲ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଏକ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ ଥିଲା । ପରେ ସେ ଭଦ୍ରକ ଜିଲ୍ଲା ସ୍କୁଲ ଏବଂ ଧାମନଗର ହାଇସ୍କୁଲରେ ଯୋଗ ଦେଇ ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଅଗଣିତ ଛାତ୍ରଛାତ୍ରୀ, ତାଙ୍କର ସହଯୋଗୀ ଏବଂ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଜେପି ନେତା ସମାଜସେବୀ ବଦ୍ରୀ ନାରାୟଣ ଧଳ, ସତ୍ୟବ୍ରତ ଦାସ, ପିତାମ୍ବର ନାୟକ, ନଟବର ରାଉତ, କିଶୋର ଷଣ୍ଢ, ନରେନ୍ଦ୍ର ସ୍ୱାଇଁ, ସନ୍ତୋଷ ଜେନା, କୃଷ୍ଣଚନ୍ଦ୍ର ଶାସିନୀ,ଶିବବ୍ରତ କର, ସୁବାଷ ସାମଲ ପ୍ରମୁଖ ତାଙ୍କର ଅନ୍ତିମଦର୍ଶନ କରିଥିଲେ । ବଡପୁଅ ବାପି ମୁଖାଗ୍ନି ଦେଇଥିଲେ ଏବଂ ଅନ୍ୟ ପୁତ୍ର ଟୁଟୁ, ସୁନା, ଅଶୋକ, ପୁତ୍ରବଧୁ, ଝିଅ ସବିତା, ମମତା, ଜ୍ୱାଇଁ ଶ୍ରୀକାନ୍ତ ଓ ନାତି ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସମାଜସେବୀ ଏସ.ଏମ. ଫାରୁକ, ସୁଧାକର ରାଉତ, ହରି ନନ୍ଦୀ, ବିଦ୍ୟାଧର ସାହୁ, ବସୁମିତ୍ରା ସାହୁ ପ୍ରମୁଖ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.