ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଚଳିତ ବନ୍ୟାରେ ବାସଗୃହ ହରାଇଥିବା ପରିବାରକୁ ପଲିଥିନ ବିତରଣ କରାଯାଇଛି । ବ୍ଲକ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବନ୍ୟାଞ୍ଚଳ ପରିଦର୍ଶନ କରି ବାସହରାଙ୍କ ଅବସ୍ଥା ହୃଦୟଙ୍ଗମ କରିଥିଲେ । ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ କରି ବନ୍ୟାଞ୍ଚଳ ଦଶ ପଞ୍ଚାୟତର ପ୍ରାୟ ୧୫୦ ଜଣ ବାସହାରାଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ବନ୍ୟା ଅପସରି ଯିବା ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ବି ପ୍ରଶାସନ ପକ୍ଷରୁ ବିପନ୍ନ ବାସହରାଙ୍କୁ ପଲିଥିନ ବା ପାଲ ଯୋଗାଣ କରାଯାଇ ନଥିବାରୁ କଂଗ୍ରେସ ପକ୍ଷରୁ ପାଲ ବିତରଣ କରାଯାଇ ରନ୍ଧା ଖାଦ୍ୟ ବିତରଣ ପାଇଁ ଦାବି କରାଯାଇଥିଲା । କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଦଳର ନିର୍ବାଚନମଣ୍ଡଳୀ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ମନୋଜ କୁମାର ନାୟକ, ପ୍ରଦ୍ୟୁମ୍ନ ଦାସ, ରବି ରାଏ, ରମେଶ ଭାରତୀ, ନାରାୟଣ ବେହେରା, ବିନୋଦ ପଲାଇ, ଅଶୋକ ନାୟକ, ଲଳିତ ବେହୁରିଆ, ସମିତି ସଭ୍ୟ ଖଗେଶ୍ୱର ଜେନା, ନରହରି ବେହୁରିଆ, ଯତୀନ୍ଦ୍ର ସାହୁ, ଅଭିମନ୍ୟୁ ଜେନା, ଜୟଦେବ ସାମଲ, ପ୍ରଶାନ୍ତ ରାଉତ, ବସନ୍ତ ତ୍ରିପାଠୀ, କହ୍ନେଇ ପହି, ଅଖୁଜା ରାଉତ, ମିଟୁ ପଣ୍ଡା ପ୍ରମୁଖ ପଲିଥିନ ବା ପାଲ ବିତରଣ କରିଥିଲେ । ଫଟୋ-କଂଗ୍ରେସ ପକ୍ଷରୁ ପାଲ ବିତରଣ ।