କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
– କରୋନାର ମୁକାବିଲା ପାଇଁ ସମାଜର ସବୁ ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତା
– ପ୍ରଧାନମନ୍ତ୍ରୀଙ୍କ “କେହି ଭୋକିଲାରେ ନରୁହନ୍ତୁ” ଆହ୍ୱାନକୁ ସୁନିଶ୍ଚିତ କରିଛି ଗରିବ କଲ୍ୟାଣ ଅନ୍ନ ଯୋଜନା
– ଏହି ଯୋଜନାରେ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ହେବେ ଉପକୃତ
– ୮ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଗରିବଙ୍କ ଆର୍ଥିକ ବୋଝକୁ ଲାଘବ କରିଛି
– ଜନଧନ ଯୋଜନା ମହିଳା ହିତାଧିକାରୀଙ୍କ ଆକାଉଌକ୍ଷଗ୍ଧ;କୁ ୨୦.୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍
– ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ
– ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬, ୭୬୮ କୋଟି ଖର୍ଚ୍ଚ ଏବଂ ୨୧ କୋଟି ଶ୍ରମ ଦିବସର ନିଯୁକ୍ତି ସୃଷ୍ଟି
– ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାର ଲାଭ ପାଇବାରେ ଶୀର୍ଷ ୧୦ଟି ରାଜ୍ୟରେ ଓଡ଼ିଶା
– ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା
– କୃଷି କ୍ଷେତ୍ରରେ ସଂସ୍କାର ଅନ୍ନଦାତାଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉନ୍ନତି କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୩୦(ଓଡ଼ିଆ ପୁଅ) – କରୋନା ମହାମାରୀର ଆହ୍ୱାନମୂଳକ ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(ପିଏମଜିକେୱାଇ) ମାଧ୍ୟମରେ କୋଭିଡ-୧୯ ଦ୍ୱାରା ଆର୍ôଥକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ସ୍ୱରୂପ ସିଧାସଳଖ ବ୍ୟାଙ୍କ୍ ଆକାଉଂଟକୁ ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ଗରିବ କଲ୍ୟାଣ ଯୋଜନା ଗାଁ, ଗରିବ, ଚାଷୀ, ଶ୍ରମିକଙ୍କ ଅସୁବିଧାକୁ ଦୂର କରିବା ସହ ସମସ୍ତଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକମାନେ ଯେପରି କୋଭିଡ଼-୧୯ ଆହ୍ୱାନର ମୁକାବିଲା କରିପାରିବେ ସେଥିପାଇଁ ମୋଦି ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ-୧୯ ସମୟରେ “କେହି ଭୋକିଲାରେ ନରୁହନ୍ତୁ”, ଏହାକୁ ସୁନିଶ୍ଚିତ କରିଛି। ଏହି ଯୋଜନାରେ ମାଗଣା ଖାଦ୍ୟାନ୍ନ ଓ ସାମଗ୍ରୀ ଯୋଗାଣର ଅବଧି ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେବା ଦ୍ୱାରା ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ସେହିପରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୮ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଗରିବ ଲୋକଙ୍କ ଆର୍ôଥକ ବୋଝକୁ ଲାଘବ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୨ କୋଟିରୁ ଉର୍ଦ୍ଧ୍ୱ ମାଗଣା ଏଲପିଜି ସିଲିଣ୍ଡର ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ହିତାଧିକାରୀଙ୍କ ଆକାଉଌକ୍ଷଗ୍ଧ;କୁ ୨୦.୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍ କରାଯାଇଛି। ୮.୫ କୋଟି ଚାଷୀ ଏବଂ ୩ କୋଟି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରୋନା ସମୟରେ ଥିବା କଷ୍ଟରୁ ଉଦ୍ଧାର କରିଛି। ମନରେଗା ଅଧୀନରେ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ପାରିଶ୍ରମିକ ବୃଦ୍ଧି ଶ୍ରମିକଙ୍କୁ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ କରିବ ଏବଂ ଏହାଦ୍ୱାରା ୧୩.୬୨ କୋଟି ପରିବାର ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗଠିତ କଲ୍ୟାଣ ପାଣ୍ଠି ଦ୍ୱାରା ୩.୫ କୋଟିରୁ ଉର୍ଦ୍ଧ୍ୱ ଶ୍ରମିକ ଲାଭ ପାଇବେ।
ଶ୍ରୀ ପ୍ରଧାନ କହିଛନ୍ତି ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୧୨୫ ଦିନର ଅଭିଯାନ ଉପରେ ଗୁରୁତ୍ୱ ଦିଅ।।ଯାଇ କାର୍ଯ୍ୟାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬, ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ୨୧ କୋଟି ଶ୍ରମ ଦିବସର ନିଯୁକ୍ତି ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି। ୨୦୨୦ ଜୁଲାଇରେ ଶୁଭାରମ୍ଭ ହେବା ପର ଠାରୁ ଏହି ଯୋଜନାରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଋଣ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀଙ୍କ ପାଇଁ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି।
ଗୋଟିଏ ଦେଶ ଗୋଟିଏ ବଜାର, କିଷାନ କ୍ରେଡ଼ିଟ୍ କାର୍ଡ଼ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଋଣ, କୃଷି ଭିତ୍ତିଭୂମି ପାଣ୍ଠି ଗଠନ ଭଳି କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଅନ୍ନଦାତାଙ୍କୁ ସୁବିଧା ଯୋଗାଇଛି ଏବଂ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉନ୍ନତି ପାଇଁ ସହଯୋଗ କରିଛି। ଦେଶ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ନଗଦ ପାଣ୍ଠିର ସହାୟତା, ଏମଏସଏମଇ, ବ୍ୟବସାୟୀ ଏବଂ ଶ୍ରମିକ ମାନଙ୍କୁ ଇପିଏଫ ସହାୟତା, ଗୃହ ନିର୍ମାଣ କ୍ଷେତ୍ର ଏବଂ ମଧ୍ୟବିତ୍ତ ଆୟ ଶ୍ରେଣୀ, କାମ୍ପା ଫଣ୍ଡ ଅଧୀନରେ ଜନଜାତିଙ୍କ ପାଇଁ ୬ ହଜାର କୋଟି ମୂଲ୍ୟର ବ୍ୟବସ୍ଥା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମସ୍ତଙ୍କ ସମସ୍ୟାକୁ ସମାଧାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜନସାଧାରଣ ବିଶେଷତଃ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ କଟିବଦ୍ଧ। ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସକୁ ମୂଳ ମନ୍ତ୍ର କରି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କୁ ସବୁପ୍ରକାର ସୁରକ୍ଷା ଏବଂ ନିରନ୍ତର ସମର୍ଥନ ଯୋଗାଉଛି ଏବଂ ଏହି ଯୋଜନା ସାଧାରଣ ଲୋକଙ୍କ ପ୍ରତି ମୋଦି ସରକାରଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି।
ବାଲେଶ୍ୱରର ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ବିଶାଳ ଦେବଙ୍କ ସମୀକ୍ଷା
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ସବୁ ନଦୀର ଜଳସ୍ତର କମିବା ସହ ବନ୍ୟାସ୍ଥିତି ଟଳି ଯାଇଥିଲେ ବି ବନ୍ୟା ଦୁର୍ଗତଙ୍କ ଅବସ୍ଥା ପରଖିବା ଓ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବ ବିକାଶ ବିଭାଗ ସଚିବ ବିଶାଳ ଦେବ ଆଜି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେ ବନ୍ୟାଞ୍ଚଳ ଓ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହତି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଚିବ ଶ୍ରୀ ଦେବ ପ୍ରଥମେ ବୁଢ଼ାବଳଙ୍ଗ ନଦୀ ଅବବାହିକାସ୍ଥିତ ନଗ୍ରମ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଦେଖିଥିଲେ। ପରେ ମଥାନି ଓ ସୁୁବର୍ଣ୍ଣରେଖା ନଦୀ ଅବବାହିକାସ୍ଥିତ ବିଭିନ୍ନ ବ୍ଲକ ଅଞ୍ଚଳ ବୁଲି ଲୋକଙ୍କ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏମିତିକି ଅଦ୍ୟାବଧି ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ତଳିଆ ଅଞ୍ଚଳର ଲୋକଙ୍କ ସମସ୍ୟା ସମ୍ପର୍କରେ ସେ ପଚାରି ବୁଝିଥିଲେ। ପରେ ସର୍କିଟ ହାଉସରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ସଚିବ ଶ୍ରୀ ଦେବ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ବନ୍ୟାବେଳ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପରିଚାଳନା ଉପରେ ସେ ସମୀକ୍ଷା କରିଥିଲେ। ତେବେ ଚଳିତ ବନ୍ୟାସ୍ଥିତିକୁ ପରିଚାଳନାରେ ପ୍ରଶାସନର ସମୟୋପଯୋଗୀ ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।ଏହି ବନ୍ୟାରେ ଜିଲ୍ଲାର ମୋଟ ୮୨ ଗୋଟି ଗ୍ରାମର ୩୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୫ ଗୋଟି ଆଶ୍ରୟସ୍ଥଳ ବ୍ୟବହାର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ମୋଟ ୨୫ ଶହ ଲୋକଙ୍କୁ ଉଦ୍ଧାର ସହ ଆଶ୍ରୟସ୍ଥଳରେ ରଖାଯାଇଥିଲା। ସମ୍ପ୍ରତି ବଡ଼ିପାଣି କମିବା ସହ ଲୋକେ ନିଜ ନିଜର ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆହୁରି ୮ଶହ ଲୋକ ଅଦ୍ୟାବଧି ଆଶ୍ରୟସ୍ଥଳରେ ଥିବା ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି। ତେବେ ବନ୍ୟାପରବର୍ତ୍ତୀ ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ଆରଡବ୍ଲ୍ୟୁଏସଏସ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିବା ବେଳେ ସମ୍ଭାବ୍ୟ ଡେଙ୍ଗୁ ଓ ଡାଇରିଆ ପ୍ରଭୃତିକୁ ନେଇ ପ୍ରଶାସନ ଅଗତୁରା ପଦକ୍ଷେପ ନେଇଛି ବୋଲି ଶ୍ରୀ ଦେବ କହିଛନ୍ତି। ତେବେ ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପ୍ରଶାସନର ପଦକ୍ଷେପ ସନ୍ତୋଷଜନକ ଥିବା ସେ କହିଛନ୍ତି। ଜିଲ୍ଲାର ବନ୍ୟା ପରିସ୍ଥିତି ପରିଚାଳନା ଓ ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ ସହ ସେ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ, ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସଚିବଙ୍କୁ ବନ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ।







