Home ଜିଲ୍ଲା ପରିକ୍ରମା ପାଣି ନିଷ୍କାସନ ଅବରୋଧ ପ୍ରତିବାଦରେ ଆକ୍ରମଣ

ପାଣି ନିଷ୍କାସନ ଅବରୋଧ ପ୍ରତିବାଦରେ ଆକ୍ରମଣ

102

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ସାନଶାସନ ପଞ୍ଚାୟତ ଅନ୍ତର୍ଗତ ବଡଶାସନ ଗ୍ରାମର ଭଗବାନ ସେନାପତିଙ୍କ ଦାଣ୍ଡ ସମ୍ମୁଖରେ ଜଳନିଷ୍କାସନ ପାଇଁ ଥିବା ନାଳକୁ ଗ୍ରାମର ଧନେଶ୍ୱର ବେହେରା, ରବିନ୍ଦ୍ର ବେହେରା, ମହେଶ୍ୱର ବେହେରା ଗତ ମଙ୍ଗଳବାର ଅବରୋଧ କରୁଥିବା ବେଳେ ଭଗବାନ ସେନାପତି ଓ ତାଙ୍କ ପୁଅ ଲକ୍ଷ୍ମୀଶଙ୍କର ପ୍ରତିବାଦ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅବରୋଧକାରୀମାନେ ଲକ୍ଷ୍ମୀଶଙ୍କରଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟିଯିବା ସହ ସହ ମା’ କମଳାକୁମାରୀଙ୍କ ହାତରେ ଆଘାତ ଲାଗିଛି । ଲକ୍ଷ୍ମୀଶଙ୍କର ମେଡିକାଲରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ୧୫୫/୨୦ ନଂ ମାମଲା ଅବରୋଧ ଓ ଆକ୍ରମଣକାରୀଙ୍କ ନାମରେ ଋଜୁ ହୋଇଛି । ମଞ୍ଜୁରୀରୋଡ ଫାଣ୍ଡି ପୁଲିସ ରାଜସ୍ୱ ନୀରିକ୍ଷକଙ୍କ ସହ ଅବରୋଧ ନାଳକୁ ଜଳନିଷ୍କାସନ ଉପଯୋଗୀ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.