Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ : ଆରଡି-ମତୋ ରାସ୍ତାର ଡିହସାହି...

ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ : ଆରଡି-ମତୋ ରାସ୍ତାର ଡିହସାହି ଛକ ନିକଟରେ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ : ଶହଶହ ଏକର ଚାଷଜମି ଜଳମଗ୍ନ ; ନଷ୍ଟ ହେବା ଆଶଙ୍କା

101

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଲଗାଣ ବର୍ଷାରେ ବୁଧବାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି । ଏପରିକି ବୈତରଣୀ ନଦୀର ମୁଆଁ ନିକଟରେ ନଦୀବନ୍ଧ ଦୀର୍ଘଦିନ ହେବ ଧସି ଯାଇଥିବାରୁ ସେଠାରେ ନଦୀବନ୍ଧ ଏବେ ବିପଦଜନକ ଭାବେ ରହିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହିପରି ସାଳନ୍ଦୀ ନଦୀ ଶୀତଳପୁର ନିକଟରେ କୂଳ ଲଂଘି ଜନବସତି ଆଡକୁ ମାଡିବାରେ ଲାଗିଛି ବନ୍ୟାଜଳ । ଅନ୍ୟପଟେ ଦୀର୍ଘ ୭ଦିନ ହେବ ଆରଡି-ମତୋ ରାସ୍ତାର ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତିହିଡି ଓ ଚାନ୍ଦବାଲି ବ୍ଲକର ୧୦/୧୨ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଫଳରେ ନାନ୍ଦପୁର ପଞ୍ଚାୟତର ୬ଖଣ୍ଡ ଗାଁର ଲୋକ ଦୈନଦିନ ଆରଡି ପୀଠକୁ ବଜାର କରିବାକୁ ଆସୁଥିବା ଠପ ହୋଇଯାଇଛି । ସେହିପରି ରୋଗୀମାନଙ୍କୁ ସାଙ୍ଗିଭାର କରି ନେଉଥିବା ସ୍ଥାନୀୟ ଲୋକାମାନେ ପ୍ରକାଶ କରିଛନ୍ତି । ଏପଟେ ଆରଡି ଡିହସାହି ରାସ୍ତା ନିକଟରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହେଉନଥିବାରୁ ଆଣ୍ଠୁଏ ଉଚ୍ଚରୁ ବର୍ଷା ପାଣି ପ୍ରବାହିତ ହେଉଛି । ଯାହାପଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଛି । ବିଶେଷକରି ବୈତରଣୀ ନଦୀରେ ଦେଖା ଦେଇଥିବା ପ୍ରଥମ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇନଥିବା ବେଳେ ଏବେ ବୈତରଣୀ ନଦୀରୁ ଆସୁଥିବା ବନ୍ୟାଜଳ ଚଳିତବର୍ଷ ଚାଷକୁ ସମ୍ପୁର୍ଣ୍ଣ ଧୋଇ ନେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉପର,ମୁଣ୍ଡରେ ବୈତରଣୀ ନଦୀର ବନ୍ୟାଜଳ ବଢୁଥିବାରୁ ନଦୀକୂଳିଆମାନେ ଆତଙ୍କିତ ହୋଇ ପଡିଛନ୍ତି । ବିଶେଷକରି ସୁନ୍ଦରପୁର, ଓଳଗ, ଷାଠିବାଙ୍କୁଡା, ବୋଡକ, ସନ୍ତରା, ପାଲଟପୁର, ସିଂହିପୁର ବାତୋଳ ଆଦି ଗାଁର ଲୋକାମନେ ଭୟରେ ନଦୀବନ୍ଧକୁ ଜଗି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.