ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ମହାମାରୀରୁ ରକ୍ଷାପାଇଁ ସାମାଜିକ ଦୂରତ୍ୱ ସହ, ମାସ୍କ ପିନ୍ଧିବା ଓ ଘରୁ ନବାହାରିବା ଏକମାତ୍ର ପନ୍ଥା ବୋଲି ମୈତ୍ରୀ ଯୁବସଂସଦ ନୟାଗଡ଼, ଆଜାଦ୍ ହିନ୍ଦ୍ ସଂସଦ ମାଙ୍କପଲ୍ଲୀ ଓ ଇଟାମାଟିର ଆଂଚଳିକ ମହିଳା ଉନ୍ନୟନ କମିଟି ର ମିଳିତ ସହଯୋଗରେ କରାଯାଇଥିବା ଏକ କରୋନା ଓ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟାପକ ରଙ୍ଗନାଥ ବେହେରା, ଅନ୍ୟତମ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତି ଯୋଗଦେଇ କରୋନା ରୋକିବା ଉପରେ ବିଭିନ୍ନ ସଚେତନତାର ବାର୍ତ୍ତା ଦେଇଥିବାବେଳେ କରୋନା ଭଳି ଏକ ମହାମାରୀ ବିପଦ ଲୋକଙ୍କ ଜୀବନ ଓ ଜୀବିକା ମାରିଦେଇଛି ବୋଲି ମତବ୍ୟକ୍ତ କରିଥିଲେ। ଆଜାଦ୍ ହିନ୍ଦ ଯୁବ ସଂସଦର ସଂପାଦକ ପ୍ରଫୁଲ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।