Home ଜିଲ୍ଲା ପରିକ୍ରମା ବିନା ଡ୍ରେନ୍‌ରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ – ଜିଲ୍ଲାପାଳଙ୍କଠାରେ ରୂପସାବାସୀଙ୍କ ଫେରାଦ

ବିନା ଡ୍ରେନ୍‌ରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ – ଜିଲ୍ଲାପାଳଙ୍କଠାରେ ରୂପସାବାସୀଙ୍କ ଫେରାଦ

65

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ତ୍ତ ବିଭାଗ ପକ୍ଷରୁ ବିନା ଡ୍ରେନ୍‌ରେ ହେଉଥିବା ରାସ୍ତା ନିର୍ମାଣକୁ ନେଇ ଜିଲ୍ଲାପାଳଙ୍କଠାରେ ଗୁରୁବାରଦିନ ଆପତ୍ତି ଉଠାଇଛନ୍ତି ସଦର ବ୍ଳକର ଅନ୍ତର୍ଗତ କସିପଦା ଅଞ୍ଚଳର ଲୋକେ। କସିପଦା ପଞ୍ଚାୟତର ରୂପସା ରେଳ ଷ୍ଟେସନଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ନବୀକରଣ କାର୍ଯ୍ୟ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ରହିଛି। ରାସ୍ତା ସହ ଡ୍ରେନ୍ ନିର୍ମାଣ ପାଇଁ ଏଷ୍ଟିମେଣ୍ଟରେ ଥିଲେ ବି ପୂର୍ତ୍ତ ବିଭାଗର ପରାମର୍ଶ କ୍ରମେ ଠିକାଦାର ଜଣକ ଏହାକୁ ଉଲ୍ଲଂଘନ ପୂର୍ବକ କେବଳ ରାସ୍ତା ନିର୍ମାଣ କରି ଚାଲିଥିବା ଗ୍ରାମବାସୀମାନେ ଅଭିଯୋଗ ଉଠାଇଛନ୍ତି। ଗତ ସାମାନ୍ୟ ବର୍ଷାରେ ବର୍ଷାପାଣି ଅଟକି ରହିବା ଫଳରେ ରାସ୍ତାପାର୍ଶ୍ୱ ଘର ଲୋକଙ୍କୁ ଆଣ୍ଠୁଏ ପାଣିରେ ପଶି ଯା’ଆସ କରିବାକୁ ପଡ଼ୁଛି। ଏହାକୁ ସ୍ଥାନୀୟ ଲେକେ ବିରୋଧ କରିଥିଲେ ବି ଡ୍ରେନ୍ ନିର୍ମାଣ ପରିବର୍ତ୍ତେ ଠିକାଦାର ଲୋକଙ୍କୁ ନାଲିଆଖି ଦେଖାଉଥିବା ସେମାନେ ପ୍ରକାଶ କରିଛନ୍ତି। ଏ ବାବଦରେ ପୂର୍ତ୍ତ ବିଭାଗ, ସ୍ଥାନୀୟ ଆରଇ ଓ ଏସଡିପିଓଙ୍କୁ ଜଣାଇବା ପରେ ବି କିଛି ସୁଫଳ ନମିଳିବା ଯୋଗୁଁ ଶେଷରେ ସେମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଆସିଥିବା କହିଛନ୍ତି। ରାସ୍ତା ନିର୍ମାଣ ସହ ଡ୍ରେନ୍ କାର୍ଯ୍ୟ ପାଇଁ ସେମାନେ ଜିଲ୍ଲାପାଳଙ୍କଠାରେ ଗୁହାରି କରିଛନ୍ତି। ନତୁବା ଆଗାମୀ ଦିନରେ ରାସ୍ତା ପାଶ୍ୱର୍ର ପରିବାରମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଦାବିପତ୍ର ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ମନୋରଂଜନ ନାୟକଙ୍କ ସମେତ ରବୀନ୍ଦ୍ର ପଣ୍ଡିତ, ପ୍ରଦୀପ କୁମାର ଜେନା, ମାୟାଧର ସାହୁ, କମଳାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.