Home କେନ୍ଦ୍ରାପଡ଼ା ସାନମାଣିତିଆ ପଂଚାୟତରେ ସର୍ବାଧିକ ୭୯୨ ସ୍ୱାବ ପରୀକ୍ଷା

ସାନମାଣିତିଆ ପଂଚାୟତରେ ସର୍ବାଧିକ ୭୯୨ ସ୍ୱାବ ପରୀକ୍ଷା

47

କେନ୍ଦ୍ରାପଡା ୧୭/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତରେ କୋଭିଡ ସଂକ୍ରମଣ ହୋଇଛି କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ସୋମବାର ପଂଚାୟତର ଲୋକମାନଙ୍କର ସ୍ୱାବ ପରୀକ୍ଷା କରାଯାଇଛି। ସରପଂଚ କମଳା ଗିରିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା ଶିବିରରେ ଜିଲ୍ଲାର ସର୍ବୋଚ ୭୯୨ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଜଣଙ୍କର ପଜିଟିଭ ବାହାରିଥିବା ବେଳେ ଅନ୍ୟ ସମସ୍ତଙ୍କର ନେଗେଟିଭ ବାହାରିଥିବା ସରପଂଚ ଶ୍ରୀମତୀ ଗିରି ସୂଚନା ଦେଇଛନ୍ତି। ଏହି ଶିବିରରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ସହକାରୀ ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅକ୍ଷୟ କୁମାର ଅଗ୍ରୱାଲ, ବିଡିଓ ସୁଧିର କୁମାର ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତନ ସରପଂଚ ଜୟ ପ୍ରକାଶ ଗିରି, ସମିତି ସଭ୍ୟା ଅଞ୍ଜଳି ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଯୁଧିଷ୍ଟିର ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସରପଂଚ ଶ୍ରୀମତୀ ଗିରି ଓ ପୂର୍ବତନ ସରପଂଚ ଶ୍ରୀ ଗିରିଙ୍କ ଦ୍ୱାରା ଶିବିର ଆୟୋଜନ ପୂର୍ବରୁ ପଂଚାୟତବାସୀଙ୍କୁ ସଫଳତାର ସହ ସଚେତନ କରାଯାଇଥିବାରୁ ସର୍ବାଧିକ ସଂଖ୍ୟକ ଲୋକ ସ୍ୱାବ ପରୀକ୍ଷା କରିବା ପାଇଁ ଶିବିରକୁ ଆସିଥିଲେ। ପଂଚାୟତର ରେକର୍ଡ ସଂଖ୍ୟକ ଲୋକ ସ୍ୱାବ ପରୀକ୍ଷା କରିଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ସରପଂଚ ଶ୍ରୀମତୀ ଗିରିକୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.