Home Coronavirus Outbreak କଟ୍ରିଙ୍ଗିଆ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ପଜିଟିଭ :...

କଟ୍ରିଙ୍ଗିଆ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ପଜିଟିଭ : ସମଗ୍ର ଗ୍ରାମପଞ୍ଚାୟତକୁ ୭ ଦିନପାଇଁ ସଟ ଡାଉନ ଘୋଷଣା କଲେ ସରପଞ୍ଚ

134

କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତରେ ଲଗାତାର ଭାବରେ ୩ ଦିନ ଧରି ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗ୍ରାମପଂଚାୟତରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କର ନିର୍ଦେଶ ପତ୍ର ସଂଖ୍ୟା-୨୨୩୨, ୧୯/୦୪/୨୦୨୦ ଅନୁସାରେ ସରପଂଚଙ୍କୁ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି କଟ୍ରିଙ୍ଗିଆ ପଂଚାୟତର ସରପଂଚ ଶ୍ରୀମତୀ ନମିତା କହଁର ଅଗଷ୍ଟ ମାସ ୧୫ ତାରିଖ ଦିନ ୧୧ଟାଠାରୁ ଆସନ୍ତା ୨୧ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସମଗ୍ର କଟ୍ରିଙ୍ଗିଆ ପଂଚାୟତକୁ ସଟଡାଉନ ଘୋଷଣା କରିିଛନ୍ତି।ଏହି ସମୟ ଭିତରେ ସେହି ଅଂଚଳରେ ଏହାର ନିୟମକୁ କଡାକଡି ଭାବରେ ପାଳନ କରବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ସରପଂଚ। ସୂଚନା ଯୋଗ୍ୟ ନାକୁଡିଶରୁ ଗ୍ରାମର ଜଣେ, ଶ୍ରାକି ଗ୍ରାମରୁ ୮ ଜଣ ଏବଂ କୁଟିବାରି ଗ୍ରାମର ଜଣକୁମିଶାଇ ପଂଚାୟତରେ ମୋଟ ୧୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ସଦରପଂଚ ଏହି ପଦକ୍ଷେପ ନେଇଥିବା ନେଇ ଏକ ପତ୍ର ମାଧ୍ୟରେ ଏହି ନିର୍ଦେଶ ଦେଇଛନ୍ତି। ଏହାର ଏକକିତା ନକଲ କନ୍ଧମାଳ ଜିଲ୍ଲାପାଳ ଡ-ବୃନ୍ଦା ଡିଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ, ଫୁଲବାଣୀ ବିଡିଓ, ତହସିଲଦାର ଏବଂ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.