Home ଓଡ଼ିଶା ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

105

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ। ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି। ଅଗଷ୍ଟ ୭ରୁ ଆରମ୍ଭ ହୋଇ ଏହା ୩ ସପ୍ତାହ ଚାଲିବ ଏବଂ ଅଗଷ୍ଟ ୨୧ରେ ଉଦ୍‌ଯାପିତ ହେବ। ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ। ଏହାକୁ ବିନା ମୂଲ୍ୟରେ www.cinemasofindia.comରେ ଦେଖିହେବ। ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଉଚ୍ଚମାନର ଦେଶାତ୍ମବୋଧ ଚଳଚ୍ଚିତ୍ର ଏଥିରେ ସ୍ଥାନ ପାଇବ। ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖ, ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି ଏବଂ ଫିଲ୍ମ ଡିଭିଜନ ଆଦିରୁ ଏଥିପାଇଁ ଉତ୍ତମ ମାନର ଚଳଚ୍ଚିତ୍ରମାନ ବଛାଯାଇଛି।

ଆହୁରି ମଧ୍ୟ ପ୍ରଥମଥର ପାଇଁ ୧୯୮୨ରେ ସାର୍‌ ରିଚାର୍ଡ ଆଟେନ୍‌ବରୋଙ୍କ ଦ୍ୱାରା ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ। ଦୃଶ୍ୟ ଓ ଶ୍ରବଣ ବାଧିତ ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁବିଧା କରାଯାଇଛି।

ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (mib.gov.in)ରେ ଏ ସଂକ୍ରାନ୍ତ ଲିଙ୍କ୍‌ ପ୍ରଦାନ କରାଯିବ। ଏହାଛଡା ପିଆଇବି ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଓ ମାଇ ଗଭ୍‌ରେ ମଧ୍ୟ ଉପଲବ୍‌ଧ ହେବ। ଏହାଛଡା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଲିଙ୍କକୁ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସକୁ ଯୋଗାଇ ଦିଆଯିବ।

ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର

Independence Day Film Festival 2020 – Film List
Sl.No. Name of the Film Language Year Director
1 Gandhi (Accessible) Hindi 1982 Sir Richard Attenborough
2 Gandhi Hindi 1982 Sir Richard Attenborough
3 Chittagong Hindi 2012 Bedabrata Pain
4 The Legend Of Bhagat Singh Hindi 2002 RajkumarSantoshi
5 Tango Charlie Hindi 2005 Mani Shankar
6 Khakhee Hindi 2004 RajkumarSantoshi
7 Gandhi Se Mahatma Tak Hindi 1996 ShyamBenegal
8 Qayamat – City Under Threat Hindi 2003 Harry Baweja
9 Batallion 609 Hindi 2019 Brijesh Batuknath Tripathi
10 PehlaAadmi Hindi 1950 Bimal Roy
11 Life of Netaji Subhash Chandra Bose Hindi 2004 Live Footage/NFAI
12 Bapu Ne KahaTha (Gandhiji’s Saying) Hindi 1962 Vijay Bhatt
13 AbhiKal Hi Ki Baat Hai (Not So Long Ago) Hindi 1970 Clement Baptista
14 HedaHoda (The Blind Camel) Hindi 2003 Vinod Ganatra
15 ChotaSipahi (The Little Soldier) Hindi/

English

2004 Jayshree Kanal & A S Kanal
16 The Making of the Mahatma English 1996 ShyamBenegal
17 VeeraPandiyaKattabomman Tamil 1959 B. Ramakrishnaiah Panthulu
18 Roja Tamil 1992 Mani Ratnam
19 Andhra Kesari Tamil 1983 Vijaychander
20 1971- Beyond Borders Malayalam 2017 Major Ravi
21 VandaeMaatharam Malayalam 2010 T. Aravind
22 Uttarayanam Malayalam 1974 G.Aravindan
23 UdayerPathey (Towards the Light) Bengali 1944 Bimal Roy
24 42/Forty-two/Biyallish Bengali 1949 Hemen Gupta
25 Subhash Chandra Bengali 1966 Piyush Bose
26 HagaluVesha Kannada 2000 Baraguru
Ramachandrappa
27 Harun Arun Gujarati 2009 Vinod Ganatra
28 Senani Sane Guruji Marathi 1995 Ramesh Deo
29 Spread The Light of Freedom (HarDil Main JagayenRashtraJyot) Musical 1996 Films Division
30 The Flag (My India, Our India) Musical 1999 Films Division
31 Ae VatanTereLiye Hindi 1999 Films Division
32 Shahadat Hindi 2001 Films Division
33 NM0552 : VandeMataram Hindi 2007 Films Division
34 Sat SatPranam Hindi 2008 Films Division
35 SatyamevaJayate Hindi 1972 Films Division
36 13 04 1919 (L.V.) Hindi 2019 Films Division
37 India Independent English 1949 Films Division
38 India Wins Freedom English 1985 Films Division
39 We The People of India English 1986 Films Division
40 1857 – A Salute English 2008 Films Division
41 The Flag Flies High English 2011 Films Division
42 Sardar Patel : A Nation Stands United English 2016 Films Division
43 A Song Eternal English 1976 Films Division

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.