ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଭାଦ୍ରବ ମାସର ପ୍ରତ୍ୟେକ ବୁଧବାର ମହିଳାମାନେ ବୁଧେଇ ଓଷା ପାଳନ କରିଥାନ୍ତି। ନିଜର ପିଲାମାନଙ୍କର ମଙ୍ଗଳ କାମନା କରି ମହିଳା ମାନେ ଏହି ଓଷା ପାଳନ କରିଥାନ୍ତି। ସନ୍ଧ୍ୟା ସମୟରେ ମହିଳା ମାନେ ଭୋଗ ନେଇ ପୂଜା କରିବା ସହ ବୁଧେଇ ଓଷା ବ୍ରତର ପୁରାଣ ଶୁଣିଥାନ୍ତି। ଏହି ଓଷା ସହରର ବିଭିନ୍ନ ସ୍ଥାନରେ ସଂନ୍ଧ୍ୟା ସମୟରେ ପୂଜା କରାଯାଇଥାଏ। ମହିଳା ମାନେ ସେଠାରେ ଏକତ୍ରିତ ହୋଇ ପୂଜା କରିଥାନ୍ତି।