Home ଓଡ଼ିଶା ପୁରୀରେ ଦିନ କୁ ଦିନ ଚୋରୀ ଡକାୟତୀ ବୃଦ୍ଧି ପାଉଛି

ପୁରୀରେ ଦିନ କୁ ଦିନ ଚୋରୀ ଡକାୟତୀ ବୃଦ୍ଧି ପାଉଛି

97

ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଶ୍ରୀକ୍ଷେତ୍ର ପୁରୀରେ ଦିନ କୁ ଦିନ ବୃଦ୍ଧି ପାଇବାକୁ ଲାଗିଛି ଚୋରି ଓ ଡକାୟତି ମାମଲା। କୋରନା ଯୋଗୁଁ ରାତ୍ରୀ କାଳୀନ କଫ୍ୟୁ ର ମଉକା ନେଇ କେତେକ ଅସାମାଜିକ ବ୍ୟକ୍ତି ମାନେ ଦୋକାନ ସଟର ଭାଙ୍ଗିବା ସହ, ଘର ମାନଙ୍କରେ ପଶି ଗାଡିଠାରୁ ଆରମ୍ କରି ମୂଲ୍ୟବାନ ସାମଗ୍ରୀ ଚୋରୀ ଘଟଣା ଆଦି ବଢିବାରେ ଲାଗିଛି। ବ୍ୟାପକ ମାତ୍ରାରେ ପୋଲିସ୍ ପେଟ୍ରୋଲିଂ ର ଆବଶ୍ୟକତା ରହିଥିବା ସାଧାରଣରେ ଦାବି ହୋଇଥିବା ବେଳେ ସହରରେ ଆଇନ୍ ଶୃଙ୍ଖଳା ସ୍ଥିତି କୁ ଶୃଙ୍ଖଳିତ କରିବା ପାଇଁ ପୁରୀ ପୋଲିସ୍ ଅଧିକରୁ ଅଧିକ ଯତ୍ନବାନ ହେବା ପାଇଁ ପ୍ରଚେଷ୍ଠା କରୁଥିବା ଜଣା ପଡିଛି। ପୁରୀରେ କ୍ରମାଗତ ଭାବେ ଚୋରୀ ଘଟଣା ବୃଦ୍ଧି ପାଉଥିବାରୁ ଲୋକମାନେ ନିଜକୁ ଅସୁରକ୍ଷୀତ ମନେ କରୁଛନ୍ତି। କେଉଁଠି ସଟର ତାଡି ଚୋରୀ ତ ଆଉ କେଉଁଠି ଘରେ ପଶି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି। ସିସିଟିଭିରେ ଚୋରି ହେଉଥିବାର ଦୃଶ୍ୟ ସ୍ପଷ୍ଟ ଜଣାପଡିବା ସତ୍ୱେ ମଧ୍ୟ ପୁରୀ ପୋଲିସ୍ ନିରୁପାୟ ସାଜିଛି। ଲକଡାଉନ୍ ଯୋଗୁଁ ରାତ୍ରୀ କାଳୀନ କଫ୍ୟୁ ର ମଉକା ନେଇ କେତେକ ଅସାମାଜିକ ବ୍ୟକ୍ତି ଓ ଚୋରମାନେ ଏବେ ପୁରୀ ରେ ମାତିଛନ୍ତି। ଗତ ସପ୍ତାହ ମଧ୍ୟରେ ପୁରୀ ସହରରେ ୧୦ ରୁ ଅଧିକ ଚୋରୀ ଓ ଡକାୟତି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସହର ବାସୀ ଏବେ ଚିନ୍ତାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.