Home କେନ୍ଦୁଝର ହାଟଡିହିରେ ଶହେ ଟପିଲା କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ୧୮

ହାଟଡିହିରେ ଶହେ ଟପିଲା କରୋନା ଆକ୍ରାନ୍ତ, ଗୋଟିଏ ଦିନରେ ୧୮

257

ହାଟଡିହି ୬ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଆଜି ଗୋଟିଏ ଦିନରେ ହାଟଡିହି ବ୍ଲକରେ ୧୮ଜଣ ଆକ୍ରାନ୍ତ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୧୦ରେ ପହଞ୍ଚିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆଜି ଷଡଙ୍ଗ ପଞ୍ଚାୟତର ଷଡଙ୍ଗ ଗ୍ରାମରେ ୧୬ଜଣ ନୁଆ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ହାଟଡିହି ଟିଏମସି ଓ ଓରାଳି ଟିଏମସିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପ୍ରଶାସନ ପକ୍ଷରୁ ପ୍ରାରମ୍ଭରେ ଯେଉଁପରି କରୋନା ପାଇଁ ତତ୍ପରତା ପ୍ରକାଶ ପାଉଥିଲା ତାହା ଏବେ ଦେଖିବାକୁ ମିଳୁନି । ପ୍ରଶାସନ ପକ୍ଷରୁ ଏଠାରେ କୌଣସି ପ୍ରତିକାର କି ସତର୍କତା ମୁଳକ ପଦକ୍ଷେପ ନିଆଯାଇ ନାହିଁ । ପୁର୍ବରୁ ଗତ ଚାରିଦିନ ଭିତରେ ଷଡଙ୍ଗରେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ବାହାରି ଥିବାରୁ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବାବେଳେ ପ୍ରଶାସନ ପକ୍ଷରୁ ମଧ୍ୟ କେଣସି କଟକଣା ବ୍ୟବସ୍ଥା ଲାଗୁ କରାଯାଇ ନାହିଁ । ଯାହାଦ୍ୱାରାକି କିପରି ଏଠାରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ସନ୍ଦେହ ପ୍ରକାଶ ପାଇଛି । ଆଜିଠାରୁ ପଞ୍ଚାୟତର ସରପଞ୍ଚ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗକରି ୫ଦିନିଆ ସର୍ଟଡାଉନ ଘୋଷଣା କରିଥିଲେବି ପ୍ରଶାସନିକ ସ୍ତରରେ କେହି ସହଯୋଗ କରିନଥିବା ସରପଞ୍ଚ ସୁଚନା ଦେଇଛନ୍ତି । ପଞ୍ଚାୟତରେ ଦୋକାନ ବଜାର ବନ୍ଦ ଥିବାବେଳେ କିଛି ଅମାନିଆ ଖୁଲାମଖୁଲା ବୁଲୁଥିବା ଦେଖିବାକୁ ମିଳିଛି । ଫଳରେ ଏହି ପଞ୍ଚାୟତରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.