Home ଓଡ଼ିଶା ଚାନ୍ଦପୁର ଥାନାର ଏଏସ୍‌ଆଇଙ୍କର କରୋନା ସଂକ୍ରମଣ ହେବା ପରେ ମୃତ୍ୟୁ – କୋଭିଡ୍ ଯୋଦ୍ଧାଭାବେ ଶ୍ରଦ୍ଧାଞ୍ଜଳି

ଚାନ୍ଦପୁର ଥାନାର ଏଏସ୍‌ଆଇଙ୍କର କରୋନା ସଂକ୍ରମଣ ହେବା ପରେ ମୃତ୍ୟୁ – କୋଭିଡ୍ ଯୋଦ୍ଧାଭାବେ ଶ୍ରଦ୍ଧାଞ୍ଜଳି

151

ନୟାଗଡ଼, ୬ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ରବିନ୍ଦ୍ର କୁମାର କବିଙ୍କ ବିୟୋଗ ଘଟିଛି। ତାଙ୍କ ମରଶରୀରକୁ ନୟାଗଡ ଅଣାଯିବା ପରେ ପିଟିଏସ୍ ଠାରେ ଜିଲା ପ୍ରଶାସନ ତରଫରୁ କୋଭିଡ୍ ଯୋଦ୍ଧାଭାବେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଏଏସଆଇ ଘର ଦଶପଲା ସାତପାଟଣା ଗ୍ରାମରେ। ସେ ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିଲାବେଳେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସମ୍ ହସପିଟାଲରେ ୭ଦିନ ହେଲା ଚିକିତ୍ସା କରାଯାଇଥିଲାବେଳେ ତାଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ଜିଲାପ୍ରଶାସନ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ସହ କୋଭିଡ ଯୋଦ୍ଧାଭାବେ ଶ୍ରଦ୍ଧ୍ରାଞ୍ଜଳୀ ପ୍ରଦାନ କରାଯାଇଥିଲା। ଜିଲାପାଳ ଡଃ ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାଷ ଚନ୍ଦ୍ର ରାୟ, ଏସପି ପ୍ରତ୍ୟୁଷ ଦିବାକର, ଉପଜିଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ତାଙ୍କର ମରଶରୀରକୁ ନୟାଗଡ଼ସ୍ଥିତ ରତ୍ନପୁର ପାଟଣା ଶ୍ମଶାନଠାରେ କଟକଣା ଭିତରେ ଶବ ସଂସ୍କାର କରାଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ପିଟିଏ ପଡ଼ିଆଠାରେ ତାଙ୍କର ବିଧବା ପତ୍ନୀ, ପୁଅ, ଝିଅ ଉପସ୍ଥିତ ଥିଲେ। ତାଙ୍କ ଚାକିରୀର ଅବସର ସମୟ ୨୦୨୧ ମସିହା ଫେବୃଆରୀ ୨ ତାରିଖ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.