Home ଜିଲ୍ଲା ପରିକ୍ରମା ଭୂମିହୀନଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ ଉଦ୍ୟମର ପ୍ରତିବାଦ – ଚାନ୍ଦିପୁରର ୫୩ ପରିବାରଙ୍କୁ ଘରଡିହ ପଟ୍ଟା...

ଭୂମିହୀନଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ ଉଦ୍ୟମର ପ୍ରତିବାଦ – ଚାନ୍ଦିପୁରର ୫୩ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ ଦାବି

81

ବାଲେଶ୍ୱର, ୨୭ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘ ୨ ଶହ ବର୍ଷଧରି ସରକାରୀ ଜମିରେ ବଂଶାନୁକ୍ରମେ ବସବାସ କରିଆସୁଥିବା ଭୂମିହୀନ ପରିବାରଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏନେଇ ଚାନ୍ଦିପୁର ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଭୂମିହୀନ ପରିବାର ଆଜି ଜିଲ୍ଲାପାଳଙ୍କଠାରେ ଆପତ୍ତି କରିଛନ୍ତି। ଚାନ୍ଦିପୁରସ୍ଥିତ ଫକୀର ମୋହନ ସ୍କୁଲ ପାଶ୍ୱର୍ରେ ଥିବା ଆବାଦ ଯୋଗ୍ୟ ଅନାବାଦୀ ଜମିରେ ମୋଟ ୫୩ ଭୂମିହୀନ ପରିବାର ସମ୍ପ୍ରତି ବସବାସ କରୁଛନ୍ତି। ପ୍ରତିବର୍ଷ ସେମାନେ ଜରିମାନା ଅର୍ଥ ଦେଇ ଆରଆଇ ଅଫିସରୁ ପାଉତି ମଧ୍ୟୃ ନେଉଛନ୍ତି। ଭୂମିହୀନ ପରିବାର ଭାବେ ଉକ୍ତ ଜମିରେ ସେମାନଙ୍କୁ ଘର ଡିହ ପଟ୍ଟା ଯୋଗାଇ ଦେବା ପାଇଁ ଦୀର୍ଘଦିନରୁ ସଦର ତହସିଲଦାରଙ୍କଠାରେ ଆବେଦନ କରିଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଉ ନଥିବା ସେମାନେ ଅଭିିଯୋଗ କରିଛନ୍ତି। ଅପରନ୍ତୁ ସେମାନଙ୍କୁ ସେଠାରୁ ଉଚ୍ଛେଦ କରି ଉକ୍ତ ଜାଗାକୁ ଜମି ମାଫିଆଙ୍କୁ ଲିଜରେ ଦେବା ପାଇଁ ତହସିଲ ପକ୍ଷରୁ ଉଦ୍ୟମ ହେଉଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଚାନ୍ଦିପୁର ଅଞ୍ଚଳରେ ଶହ ଶହ ଏକର ସରକାରୀ ଜମିକୁ ବେଆଇନ୍ ଭାବେ ଭୋଗଦଖଲ କରୁଥିବା ମାଫିଆଙ୍କୁ ଉଚ୍ଛେଦ ନ କରି ଭୂମିହୀନଙ୍କ ପ୍ରତି ତହସିଲଦାରଙ୍କର ଏହି ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏହି ଉଚ୍ଛେଦରୁ ନିବୃତ ହୋଇ ତୁରନ୍ତ ଭୂମିହୀନ ପରିବାରଙ୍କୁ ରହୁଥିବା ଜମିର ଘରବାଡ଼ି ପଟ୍ଟା ପ୍ରଦାନ ପାଇଁ ସେମାନେ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ବିଜେପି ଯୁବନେତା ମାନସ ଦତ୍ତଙ୍କ ନେତୃତ୍ୱରେ ଆସିଥିବା ୫୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ବିଜେପି କର୍ମକର୍ତ୍ତା ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ସଚ୍ଚୀନ୍ଦ୍ର ମହାନ୍ତି, ଅନନ୍ତ ପଧାନଙ୍କ ସମେତ ବାବୁଲାଲ ବେରା, ଉତ୍ତମ ସାହୁ, ପାର୍ବତୀ ପରିଡ଼ା, ଅକ୍ଷୟ ମହାଳିକ ପ୍ରମୁଖ ଭୂମିହୀନ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.