Home ଜିଲ୍ଲା ପରିକ୍ରମା ନୂଆ ଆକ୍ରାନ୍ତ ୧୦, ସୁସ୍ଥ ୧୨, ଆକ୍ଟିଭ ଅଛନ୍ତି ୧୪୮

ନୂଆ ଆକ୍ରାନ୍ତ ୧୦, ସୁସ୍ଥ ୧୨, ଆକ୍ଟିଭ ଅଛନ୍ତି ୧୪୮

144

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ନୂତନ ଆକ୍ରାନ୍ତ ଭାବେ ଆଉ ୧୦ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଉ ୧୨ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ ୧୦ଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆଉ ୪ଜଣ ଲୋକାଲ କଣ୍ଟାକ୍ଟ । ମୋଟ ୧୬ ହଜାର ୨୭୦ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ବାହାରିଛନ୍ତି ୫୨୨ । ତେବେ ସୁସ୍ଥ ହୋଇ ସାରିଛନ୍ତି ୩୭୨ଜଣ । ନୂତନ ଚିହ୍ନଟଙ୍କ ମଧ୍ୟରେ ଜଣେ ବାସୁଦେବପୁର ବ୍ଲକ ଇରମ ହାଇସ୍କୁଲ ଟିଏମସିରୁ, ଜଣେ କେ.କେ. ପଞ୍ଚାୟତ ହାଇସ୍କୁଲ ଟିଏମ୍‌ସିରୁ, ଜଣେ କମାରଗାଁ ଗ୍ରାମର ରାସବିହାରୀ ଏମ୍‌ଇ ସ୍କୁଲ ଟିଏମ୍‌ସିରୁ, ଜଣେ ଧାମନଗର ବ୍ଲକ ଖପରପଦା ହାଇସ୍କୁଲ ଟିଏମ୍‌ସିରୁ, ଜଣେ ଭଦ୍ରକ ଦୋଳସାହି ଅଞ୍ଚଳର ଯିଏକି ଭୁବନେଶ୍ୱରର ହୋଟେଲ ରେଲ ଭିୟୁରେ ରହୁଥିଲେ ପଜିଟିଭ ବାହାରିଛି । ସେହିପରି ୨ଜଣ ଆକ୍ରାନ୍ତ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ମଠସାହି ଗ୍ରାମରୁ, ଜଣେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରୁ, ଜଣେ ପୌରପାଳିକାର ୨ ନଂ ୱାର୍ଡ ବରାଳପୋଖରୀ ଗ୍ରାମରୁ ଏବଂ ଜଣେ ୪ ନଂ ୱାର୍ଡ ଧଳସାହି ଗ୍ରାମର, ସେ ଭୁବନେଶ୍ୱରର ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା ଜଣା ଯାଇଛି । ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯାଇଛି ।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ସପ୍ତାହାନ୍ତ ଶଟ୍‌ଡାଉନର ଆଜି ଶେଷ ଦିବସରେ ବିଭିନ୍ନ ଥାନା, ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ ସାନିଟାଇଜ କରାଯାଇଥିବା ଜଣା ଯାଇଛି । ଘରକୁ ଘର ବୁଲି ସର୍ଭେଇଲାନ୍‌ସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଖାଲି ପଡିଥିବା ତିହିଡି ବିଡିଓ ପଦ ମଧ୍ୟ ପୂରଣ କରାଯାଇଛି । କରୋନା ମହାମାରୀ ସମୟରେ ବିଡିଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏହି ବ୍ଳକକୁ ବସନ୍ତ କୁମାର ସାହାଣିଙ୍କୁ ବିଡିଓ ଭାବେ ନିଯୁକ୍ତିି ଦିଆ ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇ କହିଛନ୍ତି ଯେ କୌଣସି ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ତୁରନ୍ତ ବ୍ୟସ୍ତ ହୋଇ ପରୀକ୍ଷା ପାଇଁ ନ ଆସି ଘରେ ଏକାନ୍ତ ବାସରେ ରହନ୍ତୁ । ଯଦି ଜ୍ୱର, କାଶ, କିମ୍ବା ନିଃଶ୍ୱାସ ନେବାରେ ଅସୁବିଧା ଦେଖାଯାଏ ତେବେ ପରୀକ୍ଷା କରାଯିବ । ଏହା ୫ ଦିନ ପରେ କରାଯିବ । ପୂର୍ବରୁ ପରୀକ୍ଷା କରାଗଲେ କୌଣସି ଫଳ ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.