Home ଜିଲ୍ଲା ପରିକ୍ରମା ପ୍ରବାସୀଙ୍କ ସଂଗରୋଧ ଅନୁକମ୍ପା ରାଶିରେ ବି ସରପଞ୍ଚଙ୍କ ଭାଗ, ଭିଡିଓ ଭାଇରାଲ

ପ୍ରବାସୀଙ୍କ ସଂଗରୋଧ ଅନୁକମ୍ପା ରାଶିରେ ବି ସରପଞ୍ଚଙ୍କ ଭାଗ, ଭିଡିଓ ଭାଇରାଲ

118

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ପାଇଁ ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କୁ ଫେରାଇ ଆଣି ସଙ୍ଗରୋଧ କେନ୍ଦ୍ରରେ ସରକାରୀ ସ୍ତରରେ ରଖାଯାଇଥିଲା । ସରକାର ନିର୍ଦ୍ଧାରିତ ସମୟ ଅବଧି ସଂପୂର୍ଣ୍ଣ କରିଥିବା ପ୍ରବାସୀମାନଙ୍କୁ ସରକାର ଦୁଇହଜାର ଟଙ୍କା କରି ମୁଣ୍ଡପିଛା ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା ମଧ୍ୟ କରିଥିଲେ । ସଙ୍ଗରୋଧ ସମୟ ଅବଧି ସଂପୂର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ଦୁଇ ହଜାର ପରିବର୍ତ୍ତେ ୧୯୦୦ ଟଙ୍କା ଦିଆଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଅମାନବୀୟ ଦୁର୍ନୀତି ବାସୁଦେବପୁର ବ୍ଲକ୍ ଶାଶୁ ଭୁଆଶୁଣି ପଂଚାୟତରେ ଘଟିଥିବାର ଭାଇରାଲ ଭିଡିଓରୁ ଅନୁମାନ କରାଯାଉଛି । ଭାଇରାଲ ହୋଇଥିବା ଭିଡିଓ ଅନୁସାରେ ଉକ୍ତ ପଂଚାୟତର ସରପଞ୍ଚ ପ୍ରତିନିଧି ଶରତ ମଳିକଙ୍କ ଉପସ୍ଥିତିରେ ଅନ୍ୟ ଅଧିକାରୀମାନେ ପ୍ରବାସୀମାନଙ୍କୁ ୧୯୦୦ ଟଙ୍କା ଦେଉଥିବାର ଦୃଶ୍ୟ ଉପଲବ୍ଧ ହେଉଛି । ଏ ନେଇ ସରପଞ୍ଚ କିମ୍ବା ସରପଞ୍ଚ ପ୍ରତିନିଧିଙ୍କ ସହ ଚେଷ୍ଟା କଲେ ମଧ୍ୟ ଯୋଗାଯୋଗ ହୋଇପାରୁନଥିବା ବେଳେ ଏଥି ସଂକ୍ରାନ୍ତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂପୃକ୍ତ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.