ହାଟଡିହି ୨୫ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ମହାମାରୀ ଏବେ ଧିରେ ଧିରେ ତାର କାୟା ବିସ୍ତାର କରିଚାଲିଛି । ଲୋକମାନେ ସଚେତନ ହେଉ ନଥିବାରୁ ଏବେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯେଉଁମାନେ ଥଣ୍ଡାକାସ କିମ୍ବା ଜ୍ୱରରେ ପିଡିତ ହେଉଛନ୍ତି ସେମାନେ ତାହାକୁ ଲୁଚାଉଥିବାରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ସେହିପରି ସାଧାରଣ ଲୋକମାନେ ପୁର୍ବଭଳି ସତର୍କତା ଅବଲମ୍ବନ କରୁନାହାନ୍ତି । ମାସ୍କ ନପିନ୍ଧି ବୁଲାବୁଲି କରୁଥିବାବେଳେ ସାମାଜିକ ଦୁରତାକୁ ମାନୁ ନାହାନ୍ତି । ଦୋକାନ, ବଜାର, ବ୍ୟାଙ୍କ ପ୍ରଭୃତି ସ୍ଥାନ ମାନଙ୍କରେ ବ୍ୟାପକ ଗହିଳି କରୁଛନ୍ତି । ରାଜ୍ୟ ସରକାର ଭୋଜିଭାତ ଉପରେ କଟକଣା ଲଗାଇଥିବାବେଳେ ଲୋକମାନେ ଲୁଚିଛପି ଭୋଜିଭାତ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ହାଟଡିହି ବ୍ଲକରୁ ଗତକାଲି ଦୁଇଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଜଣେ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଓରାଳି ଟିଏମସିର ହୋଇଥିବାବେଳେ ଆଉ ଜଣେ ସୋଲପଟାର ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଓରାଳି ଟିଏମସିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଚେନାଇ ଫେରନ୍ତା ହୋଇଥିବାବେଳେ ସେ ଗତ ୧୪ତାରିଖ ଦିନ ଚେନାଇରୁ ଫେରି ଓରାଳି ଟିଏମସିରେ ଥିଲେ । ଗତକାଲି ତାଙ୍କର ସ୍ୱାନମୁନା ରିପୋର୍ଟ ପଜେଟିଭ ଆସିବାପରେ ତାଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ସୋଲପଟାର ଜଣେ ୫୨ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜେଟିଭ ବାହାରିଛି । ସେ ଡଅଁର ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିଲେ । ଗତ ତିନିଦିନ ତଳେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଗତକାଲି ତାଙ୍କର ପଜେଟିଭ ବୋଲି ରିପୋର୍ଟ ଆସିଥିଲା । ଗତକାଲି ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଥିଲା । ସେହିପରି ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ଜଣକ ଡଅଁର ଗ୍ରାମର ଜଣେ ୧୮ବର୍ଷର ଯୁବତୀ ବୋଲି ଜଣାଯାଇଛି । ସେ ମଧ୍ୟ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିଲା । ଆଜି ତାଙ୍କର ପଜେଟିଭ ରିପୋର୍ଟ ଆସିବାପରେ କୋଭିଡ- ୧୯ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି । ସେହିପରି ଗତ ଗୁରୁବାର ଦିନ ହାଟଡିହି ପଞ୍ଚାୟତର ଜଣେ ସଂକ୍ରମିତ ଚିହ୍ନଟ ହେବାପରେ ଗତକାଲି ତାଙ୍କ ପରିବାରର ପାଞ୍ଚଜଣ ଲୋକଙ୍କୁ ସ୍ୱାବଟେଷ୍ଟ ପାଇଁ ପଠାଯାଇଛି । କିନ୍ତୁ ସଂକ୍ରମିତ ଜଣକ ଗୋଟିଏ ଅଫିସିର କର୍ମଚାରୀ ଭାବେ କାମ କରୁଥିବାବେଳେ ଅନେକ ଲୋକଙ୍କ ସଂଷ୍ପର୍ଶରେ ମଧ୍ୟ ଆସୁଥିଲେ । ତେଣୁ ଏହାକୁନେଇ ନେଇ ଅନେକ ଲାକଙ୍କ ଭିତରେ ଛନକା ପସିଯାଇଛି । ସେହିପରି ଗତ ଦୁଇଦିନ ତଳେ ଡଅଁର ଗ୍ରାମରୁ ୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବାପରେ ଗତକାଲି ଆଉ ୨୩ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।