Home ଜିଲ୍ଲା ପରିକ୍ରମା ଭାଙ୍ଗିଯାଇଛି କ୍ରୀଡାବିତ୍‌ଙ୍କ ମନୋବଳ : ସ୍ୱତନ୍ତ୍ର ନିୟମାବଳୀ ପାଇଁ ସରକାରଙ୍କୁ ନିବେଦନ

ଭାଙ୍ଗିଯାଇଛି କ୍ରୀଡାବିତ୍‌ଙ୍କ ମନୋବଳ : ସ୍ୱତନ୍ତ୍ର ନିୟମାବଳୀ ପାଇଁ ସରକାରଙ୍କୁ ନିବେଦନ

100

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ଛାଟରେ ଭାଙ୍ଗିଯାଇଛି କ୍ରୀଡାବିତ୍‌ଙ୍କ ସ୍ୱପ୍ନ ଓ ମନୋବଳ । ଜିଲାର ବିଭିନ୍ନ କ୍ରୀଡାବିତ୍‌ଙ୍କୁ ଏଥିପାଇଁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡୁଛି । ଦୀର୍ଘ ୪ ମାସ ଧରି ଯେଉଁ କରୋନା ମହାମାରୀ ଚାଲିଛି, ସେଥିରେ ବିଭିନ୍ନ ଖେଳାଳି, କ୍ରୀଡା ସଂଗଠନ ଓ ଅଭିଭାବକ ମହଲରେ କ୍ରୀଡାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି । ଭଦ୍ରକରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାବିତ୍ ମାନେ ପୂର୍ବରୁ ଯେପରି ଅଭ୍ୟାସ କରି ଜିଲା ପାଇଁ ଗୌରବ ଆଣି ପାରୁଥିଲେ, ଆଜି ତାହା ଦେଖିବାକୁ ମିଳୁନାହିଁ । କାହିଁକି ନା ସେମାନେ ଆଉ ଆଗପରି ଅଭ୍ୟାସ କରିପାରୁନାହାଁନ୍ତି । ଘରେ ରହି ନିଜର ଫିଜିକାଲ ଫିଟ୍‌ନେସ ବି ହରେଇ ବସିଲେଣି । କରୋନା ନିରାକରଣର ଏକମାତ୍ର ପନ୍ଥା ଲକଡାଉନ୍ ମଧ୍ୟରେ ଯଦି ସାମାଜିକ ଦୂରତା ରକ୍ଷା କରି କିଛି ପଦକ୍ଷେପ ନିଆଯାଇପାରନ୍ତା, ତାହେଲେ ଭଦ୍ରକ ଜିଲା ସମେତ ସାରା ଓଡ଼ିଶାର ପିଲାମାନେ ଜାତୀୟ ସ୍ତରରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିପାରନ୍ତେ । ଯାହାକୁ ନେଇ ଚିନ୍ତାରେ ଜିଲାର ସମସ୍ତ କ୍ରୀଡାବିତ୍ । ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀରେ ସାମାଜିକ ଦୂରତ୍ୱା ଅବଲମ୍ବନ କରି ଅଭ୍ୟାସ କରିପାରନ୍ତେ, ତାହେଲେ ନିରନ୍ତର ରୋଗ ପ୍ରତିଷେଧକ ଶକ୍ତି ବଢିବା କ୍ଷେତ୍ରରେ ସହାୟକ ହେବା ସହ ପୁଣି ଥରେ ଲିଭିଯାଇଥିବା ସ୍ୱପ୍ନ ଜୀବନ୍ତ ହୋଇ ଉଠନ୍ତା । ତେବେ ପିଲାଙ୍କର ଫିଜିକାଲ ଫିଟନେସ୍‌, କ୍ରୀଡା ଅଭ୍ୟାସ ଓ କ୍ରୀଡାର ଉନ୍ନତି କାମନା କରି ମିଶନ ସ୍ପୋର୍ଟ୍ସରେ ସମସ୍ତ ସଦସ୍ୟଙ୍କ ସହ ରାଜ୍ୟ ଟାଇକୋଣ୍ଡ ସଂଗଠନର ଯୁଗ୍ମ ସଂପାଦକ ଚିନ୍ମୟ ବେହେରା, ସଂପାଦକ ମନମୋହନ ଭଂଜ, ଜିଲା ଆଥଲେଟିକ୍ ସଂଘର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ଦୀକ୍ଷିତ, ଜିଲା ସଂପାଦକ ସ୍ୱଦେଶ ରାଉତ ଓ ସଫ୍ଟବଲ ସଂଗଠନର ଜିଲା ସଭାପତି ଦେବବ୍ରତ ମହାନ୍ତି ପ୍ରମୁଖ ଗଣମାଧ୍ୟମ ମାଧ୍ୟମରେ ଏକ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.