Home ଜିଲ୍ଲା ପରିକ୍ରମା ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ଖାଁ ଖାଁ ଆରଡି ପୀଠ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ଖାଁ ଖାଁ ଆରଡି ପୀଠ

153

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଶ୍ରାବଣ ମାସର ୩ୟ ସୋମବାର । ଭଦ୍ରକ ଜିଲା ଆରଡି ଧାମର ଅଧିଶ୍ୱର ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥାନ୍ତେ ହଜାର ହଜାର କାଉଡିଆ ଭକ୍ତ । ହେଲେ ମହାମାରୀ କରୋନା ପାଇଁ କଟକଣା ଜାରି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି । ସମଗ୍ର ପୀଠ ଭକ୍ତଶୂନ୍ୟ ହୋଇପଡିବା ସହ ଖାଁ ଖାଁ ଲାଗୁଛି । ଯେଉଁଠି କାଉଡିଆ ଭକ୍ତଙ୍କ ବୋଲବମ୍ ହରହର ବୋମ୍‌, ମଣି ବାବା ପାରକରୋଗା ଧ୍ୱନିରେ ମୁଖରିତ ହୋଇଥାନ୍ତା । ସେଠି ଆଜି ଶୂନଶାନ ହୋଇପଡିଛି । ଏପରିକି କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ ରବିବାର ଠାରୁ ସୋମବାର ଯାଏଁ ଆରଡିପୀଠ ଓ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି ୧୪୪ ଧାରା । ତାହାସହ ପୀଠରେ ଥିବା ବୈତରଣୀ ସାଳନ୍ଦୀ ନଦୀର ୩ଟି ଘାଟ ଓ ପୁଷ୍କରିଣୀରୁ ଯେପରି କୌଣସି କାଉଡିଆ ଜଳଭାର ନଉଠାଇବେ ସେଥିପାଇଁ ପୀଠରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ଏପରିକି ପୀଠର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଯାଇଥିବା ବେଳେ ଆଗନ୍ତୁକ ପଥଚାରୀଙ୍କୁ ଟିକିନିଖି ଯାଞ୍ଚ କରାଯାଉଛି । ଅନ୍ୟପଟେ ମନ୍ଦିରର ବିଧିବିଧାନ ଅନୁଯାୟୀ ଶ୍ରାବଣୀ ନୀତିକାନ୍ତ ସହ ଦୈନନ୍ଦିନ ନୀତିକାନ୍ତି ସୀମିତ ସେବାୟତ ମାକ୍ସ ପରିଧାନ କରିବା ସହ ସାମାଜିକ ଦୂରତା ôର ସଂପନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.