Home ଜିଲ୍ଲା ପରିକ୍ରମା ଓଡ଼ିଶା ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇ(ଏମ୍‌) ର ୧୦ ଦଫା ଦାବିପତ୍ର

ଓଡ଼ିଶା ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କ ଥଇଥାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସିପିଆଇ(ଏମ୍‌) ର ୧୦ ଦଫା ଦାବିପତ୍ର

144

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟକୁ ଫେରିଆସିଥିବା ସମସ୍ତ ପ୍ରବାସୀ ଶ୍ରମିକ ପରିବାରକୁ ମୁଣ୍ଡପିଛା ୧୦ କେଜି ଧାରାରେ ଚାଉଳ ଓ ଗହମ ମାଗଣାରେ ୬ ମାସ ପର୍ଯ୍ୟନ୍ତ ଯୋଗାଇଦେବା, ସମସ୍ତଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କାର ଆର୍ଥିକ ସହାୟତା ୬ ମାସ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟରେ ଜମା କରିବା, ସଂଗରୋଧ ସଂପୂର୍ଣ୍ଣ ପରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ସରକାରୀ ନିଷ୍ପତ୍ତି ମୂଳେ ୨ ହଜାର ଟଙ୍କାର ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ । ନିଜ ଖର୍ଚ୍ଚରେ ବସ୍‌, ରେଳ, ଟ୍ରକ୍‌, ସାଇକେଲ୍ ଓ ଚାଲି ଚାଲି ଫେରିଥିବା ଶ୍ରମିକମାନଙ୍କୁ ଟିକେଟ୍ ଖର୍ଚ୍ଚ ପ୍ରଦାନ, ଶ୍ରମ ବିଭାଗ ଦ୍ୱାରା ସେମାନଙ୍କୁ ପଂଜିକରଣ କରି ପରିଚୟ ପତ୍ର ପ୍ରଦାନ ସହ ନିର୍ମାଣ ଶ୍ରମିକଙ୍କ ପରି ସମସ୍ତ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଲାଗୁ କରିବା, ମନରେଗା ଆଇନ୍ ଅନୁଯାୟୀ ସେମାନଙ୍କୁ ଦୈନିକ ୬ ଶହ ଟଙ୍କା ମଜୁରୀରେ ବର୍ଷକୁ ୨୦୦ ଦିନର କାମ ଯୋଗାଇଦେବା, ରାଜ୍ୟର ୩୦ଟି ଯାକର ଜିଲାରେ ମନରେଗା ଆଇନ୍ ଅନୁଯାୟୀ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିବା, ରାଜ୍ୟରେ ବନ୍ଦ ହୋଇ ପଡିଥିବା ସୂତାକଳ ସହିତ ଅନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଚାଲୁ କରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ କୁ କଡାକଡି ଭାବେ ଲାଗୁ କରି ଏହି ଆଇନ୍‌କୁ ଅକାମୀ କରିଦେବାର ଷଡଯନ୍ତ୍ର ବନ୍ଦ କରାଯିବା ସହ ଫେରନ୍ତା ପ୍ରବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା ଭଳି ୧୦ ଦଫା ଦାବି ନେଇ ଆଜି ଭଦ୍ରକ ଜିଲା ସିପିଆଇଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ବନ୍ତଛକ ବସ୍‌ଷ୍ଟାଣ୍ଡ ଠାରେ ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ରାଧା ଦାସ, ପ୍ରହଲ୍ଲାଦ ପତି, ସେକ୍ କମର, ନରହରି ବେହେରା, ନିରଂଜନ ମହାଳିକ, ରମେଶ ସିଂହ, ସେକ୍ ଅବଦୁଲ ରହେମାନ, ସେକ୍ ସିକ୍ରୁ, ରମେଶ ଅରଖ, ସେକ୍ ବାର୍ସା, ଅଭିରାମ ବଳ, ବିନୋଦ ସାହୁ, ସେକ୍ କାଲା ଓ ମଣ୍ଟୁ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଶ୍ରମଜୀବୀ ଓ ମେହନତି ମଣିଷମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.