Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ଲାଇନ୍‌ମ୍ୟାନ୍‌ଙ୍କ ମୁତ୍ୟୁ : ନେସ୍କୋ କାର୍ଯ୍ୟାଳୟ ଆଗରେ ଶବ ରଖି ପରିବାର ଲୋକଙ୍କ...

ବିଦ୍ୟୁତ୍ ଆଘାତରେ ଲାଇନ୍‌ମ୍ୟାନ୍‌ଙ୍କ ମୁତ୍ୟୁ : ନେସ୍କୋ କାର୍ଯ୍ୟାଳୟ ଆଗରେ ଶବ ରଖି ପରିବାର ଲୋକଙ୍କ କ୍ଷତିପୂରଣ ଦାବି

153

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଇତିମଧ୍ୟରେ ଏହି ଜିଲାରେ ବିଗତ ୧୦ ବର୍ଷରେ ୨୦ ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ମୃତ୍ୟୁ ଘଟିଲାଣି । ଏପରିକି ଏଭଳି ଘଟଣାକୁ ନେଇ କିଛିବର୍ଷ ତଳେ ବନ୍ତଛକ ସ୍ଥିତ ନେସ୍କୋ କାର୍ଯ୍ୟାଳୟକୁ ଉତ୍ତ୍ୟକ୍ତ ଲୋକେ ଭଂଗାରୁଜା କରିବା ସହ ବିପୁଳ କ୍ଷତି ଘଟାଇଥିଲେ । ଏବଂ ସେତେବେଳେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି ନେଇ ଧାରଣା ଠାରୁ ଆରମ୍ଭ କରି ରାସ୍ତାରୋକ ପର୍ଯ୍ୟନ୍ତ କଥା ଯାଇଥିଲା । ତେବେବି ସୁଦୁରୁନାହାଁନ୍ତି ଉଚ୍ଚସ୍ତରୀୟ ଅଧିକାରୀମାନେ । ଆଜି ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ଘଟିଛି । ଜଣେ ଲାଇନ୍‌ମ୍ୟାନ୍‌ଙ୍କ ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁକୁ ନେଇ ତାର ପରିବାର ଲୋକେ ଆଜି ତାର ଶବକୁ ଭଦ୍ରକ-ବାଇପାସ୍ ସ୍ଥିତ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ରଖି ଉପଯୁକ୍ତ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଧାରଣା ଦେଇଥିଲେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଦୀର୍ଘ ୬-୭ ବର୍ଷ ଧରି ନେସ୍କୋ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାୟୀ କର୍ମଚାରୀ ଧାମନଗର କରଦା ଅଂଚଳର ଜ୍ଞାନଜିତ୍ ଦାସ ଗତକାଲି ରାତି ୧୨ଟା ସମୟରେ ବର୍ଷା ହେଉଥିବାବେଳେ ଟାଉନ୍ ହଲ ଛକସ୍ଥିତ ଫିଡରରେ କାମ କରୁଥିବାବେଳେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ତାର ପରିବାର ଓ ସାଧାରଣ ଲୋକେ ଧାରଣା ଦେଇଥିଲେ । ମାତ୍ର ଏ ସଂପର୍କରେ ବିଭାଗୀୟ ଅଧିକାରୀ ଯାହା କହନ୍ତି ଗତକାଲି ରାତିରେ କାର୍ଯ୍ୟ କରିବା ପୂର୍ବରୁ ଜଣେ କର୍ମଚାରୀ ସଟଡାଉନ୍ ଦେଇ ଜଗି ରହିଥିଲା । ତେବେ ରାତିରେ ହେଉଥିବା ବର୍ଷା ଜନିତ ବଜ୍ରପାତ ଯୋଗୁଁ ହୁଏତ ଦୁର୍ଘଟଣାଗ୍ରସ୍ତ ହୋଇ ସେ ମୃତ୍ୟୁବରଣ କରିଥାଇପାରନ୍ତି । ତେବେ ନିଶ୍ଚିତ ଭାବେ ଏହା ଏକ ଦୁଃଖଦ ଘଟଣା ବୋଲି ସେ ପ୍ରକାଶ କରିବା ସହ ସରକାରଙ୍କ ନିୟମ ମୂଳେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ । ମାତ୍ର ପରିବାର ଲୋକଙ୍କ ଦାବି ମୂଳେ ତାଙ୍କର କୌଣସି ଘରୋଇ ବ୍ୟକ୍ତିଙ୍କୁ ଚାକିରୀ, ମୃତ୍ୟୁ ଜନିତ ନିଯୁକ୍ତି ଦେବାର କ୍ଷମତା ତାଙ୍କର ନଥିବାରୁ ସେ ଏ ଦିଗରେ ସରକାରଙ୍କୁ ଅବଗତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.