Home Coronavirus Outbreak ନୟାଗଡ଼ରୁ ହଟସ୍ପଟ ଜିଲାକୁ ଯାଇ ଫେରିଲେ ସଙ୍ଗରୋଧରେ ରହିବେ

ନୟାଗଡ଼ରୁ ହଟସ୍ପଟ ଜିଲାକୁ ଯାଇ ଫେରିଲେ ସଙ୍ଗରୋଧରେ ରହିବେ

122

ନୟାଗଡ଼, ୧୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରୁ ବାହାର ରାଜ୍ୟକୁ କିମ୍ବା ହଟସ୍ପଟ ଜିଲାକୁ ଯାଇ ଫେରିଲେ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ବୋଲି ଜିଲାପାଳ ଡ-ପୋମା ଟୁଡୁ ସୂଚନା ଦେଇଛନ୍ତି। କରୋନା ଭୟାଭହତାକୁ ନେଇ ଜିଲାପାଳ ଏହି କଟକଣା ଜୋରଦାର କରିଥିଲାବେଳେ ଏବେସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଶହକୁ ଛୂଇଁବାକୁ ବସିଛି। ଜିଲାର ଲୋକେ ବାହାର ରାଜ୍ୟକୁ ଏବଂ ହଟସ୍ପଟ ଜିଲାକୁ ଯାଇ ନୟାଗଡ଼ ଫେରିଥୁବା ଜିଲାପାଳଙ୍କ ନଜରକୁ ଆସିଥିବାବେଳେ ଜିଲାପାଳ ଏପରି କଟକଣା କରିଛନ୍ତି। ଯେଉଁମାନେ ହଟସ୍ପଟ ଜିଲାରୁ ଫେରିବେ ସେମାନେ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୨୩୧ ତା-୧୨-୭-୨୦୨୦ରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.