Home ଓଡ଼ିଶା କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

କୋଭିଡ-୧୯ର ମୁକାବିଲା ପାଇଁ ଆରସିଏଫ୍‌ଆଣିଲା ସେଫ୍‌ରୁଲା ହାତଧୁଆ ଜେଲ୍‌

141

ନୂଆ ଦିଲ୍ଲୀ ୧୨-୭ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କୁ କୋଭିଡ ଲଢେଇରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଏକ ହାତଧୁଆ ଆଇପିଏ ଜେଲ୍‌ପ୍ରସ୍ତୁତ କରିଛି। ଏହାର ନାମ ରଖାଯାଇଛି ଆରସିଏଫ୍‌ସେଫ୍‌ରୁଲା। ଆରସିଏଫ୍‌ତଥ୍ୟ ଅନୁସାରେ ଏହି ଜେଲ୍‌ରେ ହାତ ଧୋଇଲେ ଚର୍ମ ନିରାପଦ ରହିବ। ଏହା ଏକ ଜଳୀୟବାଷ୍ପ ଭିତ୍ତିକ ହ୍ୟାଣ୍ଡସାନିଟାଇଜର। ଏଥିରେ ଆଇସୋ ପ୍ରୋପାଇଲ ଆଲ୍‌କହଲ (ଆଇପିଏ) ଏବଂ ଆଲୋଭେରା ବା ଘିକୁଆଁରି ରସ ରହିଛି। ଏଥିରେ ଭିଟାମିନ-ଇ ରହିଥିବାବେଳେ ଏହାର ବାସ୍ନା ଲେମ୍ବୁପରି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନସ୍ଥ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏହି ଜେଲ୍‌କୁ ୫୦ ଓ ୧୦୦ ମିଲିଲିଟର ବୋତଲରେ ବିକ୍ରୟ ପାଇଁ ବଜାରକୁ ଛାଡିବ। ୫୦ ଏମ୍‌ଏଲ୍‌ବୋତଲର ଦାମ ୨୫ ଟଙ୍କା ଓ ୧୦୦ ଏମ୍‌ଏଲ୍‌ବୋତଲର ଦାମ ୫୦ ଟଙ୍କା ରଖାଯାଇଛି। କଂପାନୀ ପକ୍ଷରୁ ଏହି ସର୍ବାଧିକ ଖୁଚୁରା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ନିଜର ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଆରସିଏଫ୍‌ଏହି ଜେଲକୁ ସାରା ଦେଶରେ ବିକ୍ରି ପାଇଁ ଉପଲବ୍‌ଧ କରାଇବ। କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦେଶରେ ଏବେ ହ୍ୟାଣ୍ଡ ସାନିଟାଇଜରର ଚାହିଦା ବଢିଛି। ଏହି ଆବଶ୍ୟକତା ପୂରଣ ପାଇଁ ସ୍ୱଳ୍ପ ମୂଲ୍ୟରେ ଆରସିଏଫ୍‌ଏହି ନିରାପଦ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରି ସରକାରଙ୍କୁ ଏହି ଲଢେଇରେ ଏକ ଛୋଟ ସହାୟତା ଯୋଗାଇଛି।

ଆରସିଏଫ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଏସ୍‌ସି- ମୁଡ୍‌ଗେରିକର କହିଛନ୍ତି ଯେ ତାଙ୍କ କଂପାନୀ ଦେଶବାସୀଙ୍କ ପାଇଁ ଆଇପିଏ ଜେଲ୍‌ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଥିବା ଏକ ଆନନ୍ଦର ବିଷୟ। ଏହି ଜେଲ୍‌ନିରାପଦ ଏବଂ ଏହାର ନାମ ରଖାଯାଇଛି ଆରସିଏଫ୍‌ସେଫ୍‌ରୁଲା। କରୋନା ସଂକ୍ରମଣ ରୋକିବାରେ ଏହା ଯତ୍‌କିଂଚିତ ସାହାଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଆରସିଏଫ୍‌ଏକ ‘ମିନିରତ୍ନ’ କଂପାନୀ। ଏହା ସାର ଓ ରାସାୟନିକ ପଦାର୍ଥର ପ୍ରମୁଖ ଉତ୍ପାଦନକାରୀ। ୟୁରିଆ, ବିଭିନ୍ନ ଯୌଗିକ ସାର, ଜୈବିକ ସାର, ବିଭିନ୍ନ ପ୍ରକାରର ଉର୍ବରକ ଏବଂ ଶିଳ୍ପ କାରଖାନାରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟ ଉତ୍ପାଦନ କରିଥାଏ। ଊଜ୍ଜ୍ୱଳା ୟୁରିଆ ଓ ସୁଫଳା ଯୌଗିକ ସାର ଏହି କଂପାନୀର ଦୁଇଟି ଅତି ଲୋକପ୍ରିୟ ଉତ୍ପାଦ, ଯାହା ଘରେ ଘରେ ପରିଚିତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.