Home ଜିଲ୍ଲା ପରିକ୍ରମା ଧାମରାରେ ବିଏସଏନଏଲ ସେବା ଯୋଗାଇବାରେ ବିଫଳ : ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ...

ଧାମରାରେ ବିଏସଏନଏଲ ସେବା ଯୋଗାଇବାରେ ବିଫଳ : ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ ସେବା ପ୍ରଦାନରେ ଅନିୟମିତତା : କେବୁଲ ସଂଯୋଗୀ କରଣ ,ଫାଇବର ନେଟ ସଂଯୋଗୀ କରଣ କୁ ନେଇ ପ୍ରଶ୍ନବାଚୀ!

94

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଥିବା ଭାରତୀୟ ସଂଚାର ନିଗମ ଧାମରାରେ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ଏହାର ବଦଳରେ ଆଉ କେଉଁ ଟେଲିକମ ସେବା ଯୋଗାଇବ ସେ ନେଇ ସନ୍ଧାନରେ ଅଛନ୍ତି ଧାମରା ପ୍ରତିରକ୍ଷା ବିଭାଗ,ଧାମରା ବନ୍ଦର(ଆଦାନୀ) ଏବଂ ଧାମରା ଅଂଚଳରେ ଥିବା ୧୫ଟି ରାଷ୍ଟ୍ରାୟତ ଏବଂ ଅନ୍ୟାନ୍ୟ ବେସରକାରୀ ବ୍ୟାଙ୍କ କର୍ତୁପକ୍ଷ ।ଖବରରୁ ଜଣାଯାଇଛି ବାସୁଦେବପୁର ଧାମରା ଦୀର୍ଘ ୫୦ କି.ମି ମଧ୍ୟରେ ଧାମରା -ଜାମୁଝାଡିରାସ୍ତା ନିର୍ମାଣ ହେଉଥିବା ବେଳେ ପ୍ରତିଦିନ ଏହି ରାସ୍ତା ପାଶ୍ୱର୍ ଦେଇ ଆସିଥିବା ଫାଇବର କେବୁଲ ସଂଯୋଗୀ କରଣ ବିଛିନ୍ନ ହୋଇ ପଡୁଛି ଏହା କୁପୁନଶ୍ଚ ସଂଯୋଗୀ କରଣ କରିବା ପାଇଁ ସର୍ବନିମ୍ନ ୪୮ଘଂଟା ସମୟ ଲାଗୁଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଏହି ୫୦ କିମି ରାସ୍ତା ମଧ୍ୟରେ ଭାରତୀୟ ସଂଚାର ନିଗମ ପକ୍ଷରୁ କୌଣସି ଏକ୍ସଚେଞ ନଥିବାରୁ ନେଟ ସଂଯୋଗୀ କରଣ ର ବେଗ ହ୍ରାସ ପାଉଥିବା ମଧ୍ୟ ଅଭିଯୋଗ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ଧାମରା-ବାଂଶଡା-ଦିଗଛିଆ-ଚାନ୍ଦବାଲି ରାସ୍ତାରେ ବିଛା ହୋଇଥିବା କେବୁଲ ସଂଯୋଗୀ କରଣ କରିବା ଜରୁରୀ ହୋଇ ପଡିଛି । ଏହି କେବୁଲ ସଂଯୋଗୀ କରଣ କରିବା ପାଇଁ ଅଂଚଳବାସୀ ବାଲେଶ୍ୱର ଠାରେ ଅବସ୍ଥାପିତ ଜିଏମ, ଭଦ୍ରକ ଡିଜିଏମଙ୍କୁ ବହୁବାର ଅନୁରୋଧ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସଂଯୋଗୀ କରଣ ହୋଇ ପାରିନାହିଁ ।

 

 

ଅନ୍ୟ ପକ୍ଷରେ ଧାମରାଠାରେ ଥିବା ବିଏସଏନଏଲ ଅଫିସ ଉପରେ ଧାମରା ବନ୍ଦର(ଆଦନୀ), ୧୫ଟି ରାଷ୍ଟ୍ରାୟତ ବ୍ୟାଙ୍କ, ଚନ୍ଦନୀପାଳ ପ୍ରତିରକ୍ଷା ଘାଟି, ଅବଦୁଲ କଲାମ ଘାଟି,ପ୍ରଭୃତି ନିର୍ଭର କରୁଥିବା ବେଳେ ପ୍ରତିମାସ ଧାମରା ଟେଲିଫୋନ ଏକ୍ସଚେଞ ୧୦-୧୫ଥର ଏହି କେବୁଲ ସଂଯୋଗୀ କରଣ ବିଛିନ୍ନ ହୋଇ ପଡିଲେ ଅଚଳ ହୋଇ ପଡୁଛି ।ଏହା ଫଳରେ ମାସକୁ ଲକ୍ଷାଧିକ ଟଙ୍କା ଦେଇ ଏହି ସେବା ପାଉଥିବା ଗ୍ରାହକ ଆଉ ଆଗାମୀ ଦିନରେ ଭାରତୀୟ ସଂଚାର ନିଗମ ଉପରେ ନିର୍ଭର କରିବାକୁ ଚାହୁଁ ନଥିବା ଜଣାଯାଇଛି ।ଏହି ପରିପ୍ରେକ୍ଷୀରେ ବ୍ରଡବ୍ୟାଣ୍ଡ ସେବା କିଏ ଯୋଗାଇପାରିବ ସେନେଇ ଏହି ଗ୍ରାହକ ମାନେ ଅନ୍ୟ କମ୍ପାନୀ ସହ ଯୋଗାଯୋଗ କଲେଣି । ରାଜ୍ୟ ସବୁ ଆଡେ ଭାରତୀୟ ଫାଇବର ନେଟ ସଂଯୋଗୀ କରଣ କରାଯାଉଥିବା ବେଳେ ଧାମରାରେ ଏହି ସଂଯୋଗୀ କରଣ କେବେ ହେବ ସେ ନେଇ କୌଣସି ଉତର ରଖିବାକୁ ପ୍ରଶାସନିକ ଅଧିକାରୀ ମନା କରିଦେଇଛନ୍ତି ।ଅନ୍ୟ ପକ୍ଷରେ ଧାମରା-ବାଂଶଡା-ଦିଗଛିଆ-ଚାନ୍ଦବାଲି ରାସ୍ତାରେ ବିଛାଯାଇଥିବା କେବୁଲକୁ ଧାମରା ଏକ୍ସେଚେଞ ସହ କେବେ ଯୋଡାହେବ ସେ ନେଇ ବାଲେଶ୍ୱର ଦୂରସଂଚାର ବିଭାଗର ଜିଏମଙ୍କ ସହ ଯୋଗାଯୋଗ କରିବାରୁସେ ଏହା ଜୁଲାଇ ୧୫ତାରିଖ ସୁଦ୍ଧା କରିବେ ବୋଲି କହିଥିଲେ ମାତ୍ର ସମୟ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ଏହାର ସଂଯୋଗୀକରଣ ଏବଂ ଧାମରାରେ ଫାଇବର ବ୍ରଡବ୍ୟାଣ୍ଡ ସେବା କେବେ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.