Home ଜିଲ୍ଲା ପରିକ୍ରମା ସରକାରୀ ସହାୟତାରୁ ବଞ୍ଚିତ ପରିବାର ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ସରକାରୀ ସହାୟତାରୁ ବଞ୍ଚିତ ପରିବାର ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି

80

ବଲାଙ୍ଗୀର, ତା୧୦-୦୭(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗରିବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କପିଲ ପରିବାରକୁ ଦେଖିଲେ ସବୁତକ ଯୋଜନା ଖାତା କଲମରେ ସୀମିତ ରହୁଥିବା ଜଣାପଡ଼ିଛି। ଆର୍ଥିକ ଦୁର୍ବଳ ଶ୍ରେଣୀ ରେ ଥିବା ସତ୍ୱେ କୌଣସି ପ୍ରକାର ସହାୟତା ନ ପାଇ ଦୁର୍ଦ୍ଦଶା ଭୋଗ କରି କାଳାତିପାତ କରିବା ସାର ହେଉଛି। ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଫପସୀ ନାରିକଟା ଗ୍ରାମର କପିଳ ଭୋଇ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ସତ୍ୱ ତାକୁ ମଧୁବାବୁ ପେନସନ ଯୋଜନାରେ ଅନ୍ତଭୁକ୍ତ କରାଯାଇନାହିଁ। ଏନେଇ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ କୁ ଯାଇ ଆବେଦନ କରିଛନ୍ତି, କିନ୍ତୁ ଆଜି ପ୍ରର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭର୍ତ୍ତା କିମ୍ବା ଆବାସ ଘର ଖଣ୍ଡେ ତାଙ୍କୁ ମିଳିପାରି ନାହିଁ। ଆଜି ମଧ୍ୟ ସରକାରଙ୍କ ଅଧିକାରୀ ଅବହେଳା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପହଞ୍ଚିନ ପାରିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଦୁଇ ବର୍ଷ ଧରି ଶଯ୍ୟାଶାୟୀ, ତାଙ୍କ ସ୍ତ୍ରୀ ମଧ୍ୟ ବାର୍ଦ୍ଧକ୍ୟରେ ପୀଡ଼ିତ ତାଙ୍କର ଏକ ମାତ୍ର ଝିଅ ମୂଲ ଲାଗି ବାପା ମାଙ୍କୁ ପୋଷିଥାଏ। ଖଣ୍ଡେ ରାସନ କାର୍ଡ଼ ବି ତାଙ୍କୁ ବାରମ୍ବାର ଆବେଦନ ନିବେଦନ କରି ନିରାଶ ହୋଇ ଛନ୍ତି। ଏହି କୋଭିଡ ନିୟମ ଲାଗୁ ହେବା ଯୋଗୁଁ ତାଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ସ୍ଥାନୀୟ ଲୋକେ ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏ ନେଇ ଯଥାଶୀଘ୍ର ତାଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ଓ ଶଯ୍ୟାଶାୟୀ କପିଳ ଙ୍କୁ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଦାବି ହେଉଥିବା ବେଳେ କିଛି ଅଘଟଣ ଘଟେ ତେବେ ପ୍ରଶାସନ ଦାୟୀ ରହିବ ବୋଲି ଜନସେବା ସଂଘ ଲିଖିତ ଦାବିପତ୍ର ମାନ ପ୍ରେରଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.