Home ଜିଲ୍ଲା ପରିକ୍ରମା ଟିଏମ୍‌ସିରୁ ଖସି ପଳାଇବା ଅଭିଯୋଗରେ ମାମଲା ରୁଜୁ

ଟିଏମ୍‌ସିରୁ ଖସି ପଳାଇବା ଅଭିଯୋଗରେ ମାମଲା ରୁଜୁ

83

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଂଚାୟତ ମଣିନାଥପୁର ସ୍କୁଲ ପରିସରରେ ଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ଜଣେ ବ୍ୟକ୍ତି ଖସି ପଳାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ମୁଢାପଦା ଗ୍ରାମର ଜିତେନ୍ଦ୍ର କୁମାର ଦାସ ଗତ ପାଞ୍ଚ ତାରିଖରେ ବିମାନ ଯୋଗେ କେରଳରୁ ଫେରି ପଂଚାୟତରେ ପଂଜିକରଣ କରି ଟିଏମ୍‌ସିରେ ସଙ୍ଗରୋଧରେ ରହିଥିଲେ । ମାତ୍ର ପାଞ୍ଚଦିନ ରହିବା ପରେ ଗତ ୯ ତାରିଖ ରାତ୍ରରେ ଲୁଚିକରି ସଙ୍ଗରୋଧରୁ ଖସି ପଳାଇଥିଲା ବୋଲି ସ୍ଥାନୀୟ ସରପଞ୍ଚ ଭାଗ୍ୟଶ୍ରୀ ଯେନାଙ୍କ ଅଭିଯୋଗ କରିଥିଲେ । ଏଥିନେଇ ଥାନାରେ ୧୨୨/୨୦ ନଂ ମାମଲା ରୁଜୁ ହୋଇଛି । କିନ୍ତୁ ଖସି ପଳାଇଥିବା ଜିତେନ୍ଦ୍ରକୁ ପୁଲିସ୍ ଠାବ କରିପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.