ବଲାଙ୍ଗୀର, ତା୦୮-୦୭(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପଥରରେ ଛେଚି ଜଘନ୍ୟ ହତ୍ୟା, ମଦ ପିଇ ହତ୍ୟା କଲେ ଦୁଇ ସାଙ୍ଗ, ଜଣେ ଗିରଫ, ଅନ୍ୟ ଜଣେ ଫେରାର।
ପ୍ରବାସରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଆବଶ୍ୟକ ସମୟ ବିତାଇ ଗାଁର ସାଙ୍ଗ ମାନଙ୍କ ସହ ମଦ ପିଇ ଫୁର୍ତ୍ତି କରିବା ମହଙ୍ଗା ପଡିଲା। ଗତ କାଲି ୩ଜଣ ସାଙ୍ଗ ଏକ ପୋଖରୀ ଆଡିବନ୍ଧରେ ମଦପିଇ ମାତାଲ ହୋଇଥିଲେ। କଥା କଟାକଟି ଆରମ୍ଭ ହୋଇଥିଲା। ଶେଷରେ ସୁରସେନଙ୍କୁ ଅନ୍ୟ ଦୁଇ ସାଙ୍ଗ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ବଲାଙ୍ଗୀର ଜିଲ୍ଲା ଲୋଇସିଂଘା ବାଦୀମୁଣ୍ଡାରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଯୁବକ ସୁରେସନ ନାଏକ। ହତ୍ୟା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି। ଅଟକ ଯୁବକ ଗୁଡାମ ଭୋଇ। ତେବେ ମୃତ ଯୁବକ ଜଣେ ପ୍ରବାସୀ ଶ୍ରମିକ ହୋଇ ବାହାରୁ ଫେରିଥିବା ବେଳେ ଗତ କିଛି ଦିନ ଧରି ସାଙ୍ଗ ମାନଙ୍କ ସାଙ୍ଗରେ ବାଦୀମୁଣ୍ଡା ହରିଜନ ପଡା ପୋଖରୀ ଆଡ଼ିବନ୍ଧରେ ବସି ମଦପାନ କରୁଥିଲେ। ତେବେ ଗତକାଲି ରାତିରେ ତିନିଜଣ ମିଶି ମଦ ପିଉଥିବା ବେଳେ ତାଙ୍କ ମଧ୍ୟରେ ବଚସା ହୋଇଥିଲା। କଥା କଟା, କଟି ଭିତରେ ସୁରେସନକୁ ଉଭୟ ଦୁଇଜଣ ସାଙ୍ଗ ପଥରରେ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ହିଁ ସୁରେସନଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସ୍ଥଳରେ ଲୋଇସିଂଘା ଥାନା ପୋଲିସ ପହଂଚି ଶବ ଜବତ କରିବା ସହ ବଲାଂଗୀର ଭିମଭୋଇ ମେଡିକାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରି ଥିବା ପୋଲିସ ଜଣାଇଛି।