Home ଓଡ଼ିଶା ରଣପୁର ବ୍ଲକ୍ ଅଂଚଳରେ ଜାଲ୍ ରାସନ୍ କାର୍ଡ ? ଧରିବ କିଏ?

ରଣପୁର ବ୍ଲକ୍ ଅଂଚଳରେ ଜାଲ୍ ରାସନ୍ କାର୍ଡ ? ଧରିବ କିଏ?

94

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ରାସନ୍ କାର୍ଡ ପାଇ ରାସନ୍ ସାମଗ୍ରୀ ବର୍ଷ ବର୍ଷ ଧରି ପାଉନଥିବା ଅଭିଯୋଗ ହେଉଛି । ତଦନ୍ତ ପରେ ଜଣା ପଡିଛି ରାସନ୍ କାର୍ଡରେ ରାସନ୍ ସାମଗ୍ରୀ ପାଉନଥିବା କାର୍ଡଧାରୀ ମାନଙ୍କର କାର୍ଡ ଗୁଡିକ ଜାଲ । ଗତ ପିଠା କାର୍ଯ୍ୟକ୍ରମ ସମୟରେ ଅନେକ ହିତାଧିକାରୀ ରାସନ୍ କାର୍ଡ ପାଇଁ ଆବେଦନ କରିଥିଲେ । ସେମାନଙ୍କୁ କାର୍ଡ ମିଳିଛି ସତ କିନ୍ତୁ ସେଗୁଡିକ ଜାଲ୍ । ଗୋଟିଏ କାର୍ଡ ନମ୍ବରରେ ଦୁଇ ଦୁଇଟି ହିତାଧିକାରୀଙ୍କୁ ମିଳିଛି କାର୍ଡ । ସେହିଭଳି ଘଟଣା ବହୁଳ ଭାବରେ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଖଇରପଲ୍ଲୀ, ବ୍ରଜରାଜପୁର ଓ ଝାରପଡା ଗ୍ରାମ ପଂଚାୟତରେ । ଘଟଣାରୁ ପ୍ରକାଶ ଝାରପଡା ମୌଜା ବୋକାଖାଇ ଗ୍ରାମର କାହ୍ନୁଚରଣ ନାୟକଙ୍କ ନାମରେ ତା-୨୫/୦୬/୨୦୧୯ ମସିହାରେ ରାସନ୍ କାର୍ଡ ହୋଇଅଛି ।

ଏକବର୍ଷ ଧରି ରାସନ୍ ସାମଗ୍ରୀ ନ ପାଇବା ପରେ ସେ ମହାଶୟ ରଣପୁର ବ୍ଲକ କୁ ଯାଇ ବୁଝିଥିଲେ । ଜାଣିବାକୁ ପାଇଲେ ଯେ ତାଙ୍କୁ ମିଳିଥିବା ରାସନ୍ କାର୍ଡଟିର ନମ୍ବର ପୁର୍ବରୁ ମୟୁରଝାଲିଆ ଗ୍ରାମର ରାଉତ ବାବୁଙ୍କ ନାମରେ ରହିଅଛି । ତେଣୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ । ତାଙ୍କଠାରୁ ଲାଂଚ ନେଇ ରାସନ୍ କାର୍ଡଟି ପ୍ରଦାନ କରାଯାଇଥିଲା । ସେ ଜାଣିନଥିଲେ ଯେ ଲାଂଚ ଦେବା ଅପରାଧ ଓ ଲାଂଚ ନେବା ଅପରାଧ । ଏ ସମ୍ପର୍କେ ରଣପୁର ଯୋଗାଣ ବିଭାଗ ଅଧିକାରିଣୀ ଅନିତା ରାଉତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଉକ୍ତ ରାସନ କାର୍ଡଟି ଜାଲ୍ ଅଟେ । ଏହିଭଳି ରଣପୁର ଅଂଚଳରେ ଅନେକ ଜାଲ୍ ରାସନ୍ କାର୍ଡ ରହିଅଛି । ଯାହା ଫଳରେ ଆମ୍ଭଙ୍କୁ ହଇରାଣ ହରକତ ହେବାକୁ ପଡୁଅଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.