Home Coronavirus Outbreak ଦେଶରେ ବେକାବୁ କରୋନା: ଗୋଟିଏ ଦିନରେ ପାଖାପାଖି ୧୭ ହଜାର ଆକ୍ରାନ୍ତ -୪୧୮ ମୃତ, ମୋଟ...

ଦେଶରେ ବେକାବୁ କରୋନା: ଗୋଟିଏ ଦିନରେ ପାଖାପାଖି ୧୭ ହଜାର ଆକ୍ରାନ୍ତ -୪୧୮ ମୃତ, ମୋଟ ୪.୭୩ ଲକ୍ଷ ଆକ୍ରାନ୍ତ, ୧୪,୮୯୪ ମୃତ

194

ନୂଆ ଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କରୋନାର ଏକ ଲକ୍ଷ ୮୬ ହଜାର ୫୧୪ ସକ୍ରିୟ ମାମଲା ରହି ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪,୮୯୪ ଆକ୍ରାନ୍ତ କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଅବଶ୍ୟ ବହୁତ ଭଲ ଖବରଯେ, ଏ ପ୍ରର୍ଯ୍ୟନ୍ତ ୨ ଲକ୍ଷ ୭୧ ହଜାର ୬୯୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ପ୍ରାୟ ୧୭ ହଜାରକୁ ବୃଦ୍ଧି ପାଇଛି। ବୁଧବାର ଦିନ କରୋନା ସର୍ବାଧିକ ୧୬, ୯୨୨ ଆକ୍ରାନ୍ତ ରେକର୍ଡ଼ ହୋଇଛି। ଏବଂ ଗୋଟିଏ ଦିନରେ ୪୧୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତେବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୭୩ ହଜାର ୧୦୫ ରେ ପହଞ୍ଚିଛି।

ଦିଲ୍ଲୀରେ ୩୭୮୮ ପଜିଟିଭ୍ କେସ୍ ରିପୋର୍ଟ ହୋଇଛି। ଏହା ପରେ କରୋନା ସଂକ୍ରମଣ କ୍ଷେତ୍ରରେ ଦିଲ୍ଲୀ ମୁମ୍ବାଇକୁ ଅତିକ୍ରମ କରିଛି। ବର୍ତ୍ତମାନ ରାଜଧାନୀରେ ୭୦ ହଜାର ୩୯୦ ଆକ୍ରାନ୍ତ ଅଛନ୍ତି, ଯାହା ମୁମ୍ବାଇଠାରୁ ୨ ହଜାର ଅଧିକ।

ତେବେ ଦେଶରେ କରୋନାର ଆରୋଗ୍ୟ ହାର ୬% ବୃଦ୍ଧି ପାଇ ୫୬.୩୮% କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.